-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
26-Oct-2021
ବରଗଡ଼(ନିରଞ୍ଜନ ତ୍ରିପାଠୀ): ତୋରା ଗ୍ରାମର ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଘଟଣାର ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ତଥା ମମିତା ମେହେର ହତ୍ୟାକାଣ୍ଡ ର ଅପରାଧି ମାନଙ୍କୁ ସଂରକ୍ଷଣ ଦେଉଥିବା ମନ୍ତ୍ରୀ ମାନଙ୍କୁ ତୁରନ୍ତ ବରଖାସ୍ତ ଦାବିରେ, ବରଗଡ଼ ଜିଲ୍ଲା ଵିଜେପି ମହିଳା ମୋର୍ଚ୍ଚା ତରଫରୁ ଆଜି ତା ୨୬.୧୦.୨୦୨୧ ରିଖଦିନ ଦିବା ୧୧.୩୦ ମିନିଟ ସମୟରେ ,ଗାନ୍ଧୀ ଛକ ସ୍ଥିତ ଗୋଶାଲା ରୁ ଏକ ବିରାଟ ରାଲି
ରେ ମହିଳା କାର୍ଯ୍ୟକର୍ତା ମାନେ ବାହାରି ଵରଗଡ ଟାଉନ ଥାନାକୁ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଏହି କାର୍ଯ୍ୟକ୍ରମ ଟି ଜିଲ୍ଲା ସଭାନେତ୍ରୀ ବିଜେପି ମହିଳା ମୋର୍ଚ୍ଚା ସୁନନ୍ଦା
ବରଗଡ ଶ୍ରୀମତୀ ସୁନନ୍ଦା ମେହେର ଙ୍କ ତତ୍ବାବଧାନରେରେ ପରିଚାଳିତ ହୋଇ ବରଗଡ ସହର ମଧ୍ୟ ରେ ପରିକ୍ରମା କରିଥିଲା lଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଓବିସି ମୋର୍ଚ୍ଚା ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ବରଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ଯୋଗଦାନ କରି ମମିତା ର ହତ୍ୟାକାରୀ କୁ ଫାସିଦଣ୍ଡରେ ଦଣ୍ଡିତ କରିବା ଉଚିତ ଅଟେ ବୋଲି ମତବ୍ୟକ୍ତ କରିଥିଲେ l ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ରୁ ଶତାଧିକ ମହିଳା ଏଇ ବିକ୍ଷୋଭ ରେ ସାମିଲ ଥିଲେ l