-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2021
ଢେଙ୍କାନାଳ (ତାପସ ଦାସ) ଆଜି ଢେଙ୍କାନାଳର ପୌରପାଳିକା ତରଫରୁ ସହରର ଗଣେଶ ବଜାର ଠାରୁ ବାଜିଚୌକ ପର୍ଯ୍ୟନ୍ତ ପୌରପାଳିକାର କର୍ମଚାରୀ ଏବଂ ସ୍ୱଚ୍ଛସାଥିମାନେ ବୁଲି ବୁଲି ପଲିଥିନ ଯାଞ୍ଚ କରିବା ସହ ଏକ ସଚେତନତା ରାଲି କରିଥିଲେ । ଏବେ ଲକ୍ଷ୍ମୀ ପୂଜା ଚାଲୁଥିବାରୁ ଦୋକାନିମାନେ ତଥା ଜନସାଧାରଣ ଯେଉଁ ଅତ୍ୟଧିକ ମାତ୍ରାରେ ପଲିଥିନ ର ବ୍ୟବହାର କରୁଛନ୍ତି ତାହା ପରିବେଶ ପାଇଁ ହାନିକାରକ ତଥା ପ୍ରଦୂଷଣ ସୃଷ୍ଟିକରୁଥିବାରୁ କିଭଳିଭାବେ ଲୋକମାନେ ଏଥିରୁ ବିରତ ରହିବେ ସେଥିପାଇଁ ଆଜିର ଏହି ସଚେତନ କାର୍ଯ୍ୟକ୍ରମ ତଥା ଯାଞ୍ଚ କରାଯାଇଥିଲା । ଆଜି 30ରୁ ଅଧିକ ଦୋକାନିମାନଙ୍କଠାରୁ ପଲିଥିନ ଜବତ କରାଯାଇଥିଲା । ପରବର୍ତ୍ତୀ ସମୟରେ ପୁନର୍ବାର ପଲିଥିନ ବ୍ୟବହାର କଲେ କଠିନ ଆର୍ଥିକ ଦଣ୍ଡ ତଥା 3000 ଟଙ୍କାର ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ପୋୖରାନିର୍ବାହୀ ସାନିଟାଇଜର ଇନ୍ସପେକ୍ଟର ସନ୍ତୋଷ କୁମାର ମହାନ୍ତି ମତ ଦେଇଥିଲେ । ଲକ୍ଷ୍ମୀପୂଜା ଆରମ୍ଭ ଦିନଠାରୁ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ପୂଜା ଶେଷ ପର୍ଯ୍ୟନ୍ତ ଚାଲୁରହିବ ବୋଲି ସାନିଟାଇଜର ଇନ୍ସପେକ୍ଟର ସୂଚନା ଦେଇଥିଲେ । ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରି ଅତନୁ କୁମାର ସାମନ୍ତ ଏବଂ ପୋୖରାନିର୍ବାହୀ ଯନ୍ତ୍ରୀ ରଶ୍ମିତା ମିଶ୍ରଙ୍କ ନିର୍ଦେଶ କ୍ରମେ ଏହି ଯାଞ୍ଚ ପ୍ରକ୍ରିୟା ଚାଲିଥିଲା ।