-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) :ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଳକ ଅଧିନସ୍ଥ ଦହିତା ଗ୍ରାମପଞ୍ଚାୟତର ଭାଲୁଡୁଙ୍ଗୁରୀ ଗ୍ରାମରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଆୟୋଜିତ ପଥପ୍ରାନ୍ତ ସଭାରେ ବନ ସୁରକ୍ଷା ସମିତି ଭାଲଡୁଙ୍ଗୁରୀ ର ସଭାପତି ଶ୍ରୀମାନ ଚୈତନ୍ୟ ବରିହା ସଭାପତିତ୍ବ କରିଥିଲାବେଳେ ପ୍ରକୃତି ବଂଧୁ ଶ୍ରୀମାନ ମୀନକେତନ ସାହୁ ଗ୍ଳୋବାଲ ୱାର୍ମିରୁ ରକ୍ଷାପାଇବା ପାଇଁ ସମସ୍ତ ନାଗରିକ ସଚେତନ ହୋଇ ବୃକ୍ଷ ରୋପଣ ଏବଂ ଜଙ୍ଗଲ ସୁରକ୍ଷା ଦିଗରେ ପାଦ ବଢାଇବାକୁ ପରାମର୍ଶ ଦେଇଥିଲେ
lଅନ୍ୟମାନଙ୍କ ମଧ୍ୟରେ ଦହିତା ମହାବିଦ୍ୟାଳୟ ର ରାଜେଶ କୁମାର ଥନାପତି,ଫରେଷ୍ଟ ଗାର୍ଡ ପ୍ରେମଶିଳା ମେହେର,ସବୁଜ ସାଥିର ମୁଖ୍ୟ ସୁରେଶ ମେହେର, ପ୍ରବକ୍ତା ଶ୍ୟାମସୁନ୍ଦର ମେହେର,ବନ ସୁରକ୍ଷା ସମିତି ତଥା ସବୁଜ ସାଥି ର ସଦସ୍ୟ ସଦସ୍ୟା ଓ ଆବାଳ ବୃଦ୍ଧ ବନିତା ଯୋଗଦେଇ ବୃକ୍ଷ ରୋପଣ ଓ ଜଙ୍ଗଲ ସୁରକ୍ଷା ସମ୍ପର୍କିତ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ lପରିଶେଷରେ ଗାଁ ର ପ୍ରତ୍ୟେକ ପରିବାରର
ସଦସ୍ୟ/ସଦସ୍ୟା ଏକ ଶୋଭାଯାତ୍ରା ରେ ବାହାରି ବୃକ୍ଷ ସହିତ ଗ୍ରାମ ପରିକ୍ରମା କରି ଗ୍ରାମ ମୁଣ୍ଡରେ ବୃକ୍ଷ ରୋପଣ କରି ଉଦାହରଣ ସୃଷ୍ଟି କରିଛନ୍ତି lଲଗାଇଥିବା ବୃକ୍ଷ ଗୁଡିକୁ ଗ୍ରାମବାସୀ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି lଏହି ନିଆରା କାର୍ଯ୍ୟକ୍ରମ କୁ ବନସୁରକ୍ଷା ସମିତି ର ସମସ୍ତ ସଦସ୍ୟ ଓ ସବୁଜ ସାଥି ର ସଦସ୍ୟ ଗଣ ପରିଚାଳନା କରିଥିଲେ l