-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2021
।ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) - ପାଇକମାଲ ଜନସାଧାରଣ,ନାଗରୀକ କମିଟୀ,ବଣିକ ସଂଘ କର୍ମକର୍ତ୍ତା,ସାମ୍ବାଦିକ ସଂଘ,ଲାୟନ୍ସ କ୍ଲବ ସଭ୍ଯ ତଥା ମାରୱାଡି ଯୁବାମଞ୍ଚ କର୍ମକର୍ତ୍ତା ଓ ଅନ୍ଯାନ୍ଯ ଅନୁଷ୍ଠାନ ମାନଙ୍କର କର୍ମକର୍ତ୍ତା ମାନେ ପାଇକମାଲ ମୂଖ୍ୟ ଛକ ଠାରେ ଏକତ୍ରିତ ହୋଇ ବ୍ଲକ୍ କାର୍ଯ୍ୟାଳୟକୁ ଯାଇଥିଲେ । ପାଇକମାଲ ବି.ଡି.ଓ ଉପାଞ୍ଜଳୀ ମାଝିଙ୍କ ଜରିଆରେ ବରଗଡ ଜିଲ୍ଲାପାଳଙ୍କ ଉଦ୍ଦେଶରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଉକ୍ତ ପତ୍ରରେ ପାଇକମାଲ ସହର ମଧ୍ଯରେ ଯାଇଥିବା ବିଜୁ ଏକ୍ସପ୍ରେସ ୱେ ର ମଝିରେ ଡିଭାଇଡର ର ନିର୍ମାଣ, ରାସ୍ତାର ଉଭୟ ପାର୍ଶ୍ବରେ ଡ୍ରେନ ନିର୍ମାଣ, ପାଇକମାଲ ମୁଖ୍ଯ ଛକକୁ ଗୋଲେଇ କରିବା ମୂଖ୍ୟ ତିନୋଟି ଦାବି ଉଲ୍ଲେଖ କରାଯାଇଛି
ପ୍ରକାଶ ଥାଉକି ଉପରୋକ୍ତ ସମସ୍ଯା ସଂପର୍କରେ ପୂର୍ତ୍ତ ବିଭାଗୀୟ ଅଧିକାରୀଙ୍କ ସହ ଅନେକ ଥର ଏନେଇ ଆଲୋଚନା ଓ ଲିଖିତ ଅଭିଯୋଗ କରିଥିଲେ ମଧ୍ଯ ତଥା ବରଗଡ ନିର୍ବହୀ ଯନ୍ତ୍ରୀ ପ୍ରତିଶୃତି ଦେଇଥିଲେ ମଧ୍ଯ ଏ ପର୍ଯ୍ୟନ୍ତ କାର୍ଯ୍ଯକାରୀ କରାଯାଇ ନାହିଁ । ପାଇକମାଲ ବସ୍ତିରେ ଡିଭାଇଡର ସ୍ଥାପନ କରା ନଯିବା ଦ୍ବାରା ଗୋଟିଏ ମାସରେ ପାଞ୍ଚ ଜଣଙ୍କ ର ଦୁର୍ଘଟଣାରେ ମୃତ୍ୟୁ ବରଣ ହୋଇଯାଇଛି । ଦାବି ପତ୍ର ଦେବା ସମୟରେ ମନୋଜ ତ୍ରିବେଦୀ, ଯୁଗଳ କିଶୋର ମେହେର, ଗୋବର୍ଦ୍ଧନ ଅଗ୍ରୱାଲ, ସରୋଜ ସାମଲ, ଦିଲିପ ନାଗ, ବଡ ଶତପଥି, ସୁରଥ ସାହୁ, ସନ୍ତୋଷ ପାଣିଗ୍ରାହୀ,
ଧିରେନ ମହାନ୍ତି, ନିରୋଜ ପାଣି, ମାନସ ନାୟକ, ବିଦ୍ୟାଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ଏକ ମାସ ମଧ୍ୟରେ ଏହି ସମସ୍ଯାର ସମାଧାନ ପାଇଁ ବ୍ଯବସ୍ଥା କରାନଗଲେ ଅଞ୍ଚଳର ଜନ ସାଧାରଣ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ତା ୨୫/୧୧/୨୧ ଦିନ ଓହ୍ଲାଇବା ପାଇଁ ବାଧ୍ଯ ହେବେ ବୋଲି ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି । ବିଡିଓ ସୁଶ୍ରୀ ମାଝି ଦାବି ପତ୍ର ଗ୍ରହଣ କରି ଜିଲ୍ଲାପାଳଙ୍କୁ ଅବଗତ କରିବା ସହ ଦାବି ଗୁଡିକ ଯଥାର୍ଥ ଅଟେ ବୋଲି ମତ ପ୍ରଦାନ କରିଛନ୍ତି l