-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) - ଆଗଲପୁର ବ୍ଳକ ସାଲେଭଟା କୃଷ୍ଟର ଅନ୍ତର୍ଗତ ଖଲିଅ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ବାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଭିତ-୧୯ର ସତର୍କତା ମୂଳକ ପଦ କ୍ଷେପ ଅନୁଯାୟୀ ଦୀର୍ଘ ୧୮ ମାସର ବ୍ୟବଧାନ ପରେ ଆଜି ସରକାରଙ୍କ ସ୍ୱୀକୃତିରେ ଅଷ୍ଟମ
ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ପରିସରରେ ପ୍ରତ୍ୟକ୍ଷ ଶ୍ରେଣୀ କକ୍ଷରେ ପଠପଢା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ସ୍କୁଲର ପ୍ରବେଶ ଦ୍ବାରରେ ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ପାଛୋଟି ଅଣା ଯାଇଥିଲା । ଜୁନିଅର ରେଡକ୍ରସ ତରଫରୁ ଅବଶାକୀୟ ମାସ୍କ ପରିଧାନ, ହାତ ଧୋଇବାର ସଠିକ ପ୍ରଣାଳୀ ସାମାଜିକ ଦୂରତା ବଜାୟ ରଖିବା ତଥା ଶ୍ରେଣୀ ଗୃହରେ ଶିକ୍ଷଣ କାର୍ଯ୍ୟକ୍ରମକୁ ସରଳ ଓ ଆନନ୍ଦମୟ କରିବାକୁ ଥିବା ସରକାରଙ୍କ ଗାଇଡଲାଇନକୁ ସମସ୍ତଙ୍କୁ ବୁଝାଯାଇଥିଲା । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଜୁନିଅର ରେଡକ୍ରସ ପରାମର୍ଶଦାତା ଦୁର୍ଯ୍ୟୋଧନ ପଶାୟତ ସଂଯୋଜନ କରିଥିବା ବେଳେ ପ୍ରଧାନଶିକ୍ଷକ ଦଶରଥ ପଟେଲ ପରିଚାଳନା
କରିଥିଲେ । ମୁଖ୍ୟଅତିଥି ଭାବରେ ଆଗଲପୁର ବ୍ଳକ ଏବିଇଓ ପ୍ରଭାତ କୁମାର ପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଫୁଲ ତୋଡା ଦେଇ ଶୁଭେଚ୍ଛା ପ୍ରଦାନ କରିବା ସହିତ ବିଦ୍ୟାଳୟକୁ ପ୍ରତିଦିନ ଅସି ଶିକ୍ଷା ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ସଦାନନ୍ଦ ଭୋଇ, ଶିକ୍ଷକ ଧୀରେନ୍ଦ୍ର କୁମାର ସାହୁ, ସନ୍ତୋଷ କୁମର ପାଇକଚନ୍ଦନ, ରୁନୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।