-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2021
ସୁବର୍ଣ୍ଣପୁର, କଳାହାଣ୍ଡି ମାହାଲିଙ୍ଗ କଲେଜ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଦିନ କୁ ଦିନ ବଢୁଛି ଜନ ଅସନ୍ତୋଷ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଥିବାବେଳେ ଏଥିରେ କିଛି ଶାସକ ଦଳର ନେତା ସଂପୃକ୍ତ ଥିବା ଅଭୀଯୋଗ କରିଛି ବିଜେପି । ଏହାର ପ୍ରତିବାଦ ରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ଜିଲ୍ଲାର ବିରମହାରାଜପୁର ବ୍ଳକ କୁ ସକାଳୁ ସକାଳୁ ସମ୍ପୂର୍ଣ୍ଣ ବନ୍ଦ କରିଥିବା ଦେଖିବାକୁ ମିଳିଛି । ଜରୁରୀ ସେବା କୁ ବାଦ ଦେଲେ ଦୋକାନ ବଜାର ସହିତ ଗାଡି ଚଳାଚଳ ସବୁ କିଛି ଠପ ହୋଇ ଯାଇଛି । ବିଜେପି ଯୁବ
ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ବିରମହାରାଜପୁର ମୁଖ୍ୟ ଛକ ରେ ସରକାର ବିରୋଧୀ ଶୋଗ୍ଲାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଏହି କେସରେ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ବହିଷ୍କାର ଦାବୀ ରେ ଏହି ବନ୍ଦ ପାଳନ କରି ଆନ୍ଦୋଳନ କରାଯାଇଛି । ଏହାର ନିରପେକ୍ଷ ସିବିଆଇ ତଦନ୍ତ କରିବା ସହିତ ମମିତାଙ୍କୁ ନ୍ୟାୟ ଦେବା ପାଇଁ ଦଳ ପକ୍ଷରୁ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉ କି ଯେ ଆସନ୍ତା ୨୮ ତାରିଖ ଦିନ ସୁବର୍ଣ୍ଣପୁର ଜ଼ିଲ୍ଲା ବନ୍ଦ ଡାକରା ପାଇଁ ଜ଼ିଲ୍ଲା ବିଜେପି ପକ୍ଷରୁ ପ୍ରସ୍ତୁତି ଚାଲିଥିବା ଜ଼ିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ଙ୍କ ଠାରୁ ସୂଚନା ମିଳିଛି l