-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2021
ଧର୍ମଗଡ଼( ଜ୍ୟୋତିରଞ୍ଜନ ବେମାଲ )
ଓବିସି ସଂରକ୍ଷଣ ବ୍ୟବସ୍ଥା କୁ ଅବହେଳିତ କରିଥିବା ପ୍ରତିବାଦ ରେ ଆଜି ପଛୁଆ ବର୍ଗ ର କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି।କଳାହାଣ୍ଡି ଜିଲ୍ଲା ପ୍ରମୂଖ ସ୍ଥାନ ଭବାନୀପାଟଣା, ଜୁନାଗଡ଼, କେସିଙ୍ଗା ନର୍ଲା,କୋକସରା ,ଜୟପାଟଣା,ଗୋଳାମୁଣ୍ଡା, ରାମପୁର ଆଦି ସ୍ଥାନରେ ମୂଖ୍ୟ ରାସ୍ତା ଅବରୋଧ କରିଥିବା ବେଳେ ଧର୍ମଗଡ଼ ରେ ମଧ୍ୟ ଯାନବାହାନ ଚଳାଚଳ ଠପ ପଡିଥିବା ଦେଖାଦେଇଛି।ଏପରି କି ଦୋକାନ, ବଜାର ସହ ସରକାରୀ ବେସରକାରୀ ଓ ସ୍କୁଲ କଲେଜ ସମ୍ପୁର୍ଣ୍ଣ ବନ୍ଦ ରହି ଥିଲା ନଜର କୁ ଆସିଛୁ।ଏହାର ପ୍ରଭାବରେ ସାଧାରଣ ଲୋକେ ନାଇ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା ଜଣାପଡିଛି।ସୂଚନାଯେ ସାରା ଭାରତ ବର୍ଷରେ୫୨ପ୍ରତିଶତ ପଛୁଆ ବର୍ଗ ଥିବା ବେଳେ ଓଡିଶା ରାଜ୍ୟରେ ୪୬ପ୍ରତିଶତ ଥିବା ଜଣାପଡେ।ତେବେ ଆଗ କୁ ପଂଚାୟତ ନିର୍ବାଚନ ଥିବା ବେଳେ କଳାହାଣ୍ଡି ଜିଲ୍ଲା ରେ ପଛୁଆ ବର୍ଗ ସଂରକ୍ଷଣ ପ୍ରତି ସରକାର ଅବହେଳିତ କରାଯାଇଛି।
ଏପରି କି ଜିଲ୍ଲା ପରିଷଦ ସଂରକ୍ଷଣ ରେ ଶୁନ ଥିବା ବେଳେ ପଂଚାୟତ ଅଧ୍ୟକ୍ଷ ସଂରକ୍ଷଣ ରେ ମଧ୍ୟ ଜିରୋ ପ୍ରତିଶତ ଥିବା ଜଣାପଡିଛି।ତେବେ ସରକାର ପଛୁଆ ବର୍ଗ ଙ୍କ ପାଇଁ ରାଜନୀତି,ଚାକିରୀ,ଶିକ୍ଷା ଭଳି କ୍ଷେତ୍ରରେ ୨୭ପ୍ରତିଶତ ସଂରକ୍ଷଣ ରଖିବା କୁ ସରକାର ଘୋଷଣା କରିଥିଲେ।ତେବେ ଜିଲ୍ଲା ସଂରକ୍ଷଣ ବ୍ୟବସ୍ଥା ସରକାରୀ ବିବରଣୀ ଲିଷ୍ଟ ରେ ତାହାର ବ୍ୟତିକ୍ରମ ଦେଖା ଯିବା ପରେ ଓବିଶି ବର୍ଗ ଙ୍କ ଭିତରେ ଘୋର ଅସନ୍ତୋଷ ଦେଖାଦେଇଛି।ଆଜି ତାର ପ୍ରତିବାଦ ରେ ପଛୁଆ ବର୍ଗ କଳାହାଣ୍ଡି ଜିଲ୍ଲାକୁ ବନ୍ଦ ଡାକର ଦେଉଛି।