-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) ::-ବରଗଡ଼ ଜିଲ୍ଲା ଝାରବନ୍ଧ ଯାଦବ ସମାଜ ପକ୍ଷରୁ ଆୟୋଜିତ ଗିରି ଗୋବର୍ଦ୍ଧନ ପୂଜା ସକାଶେ ଏକ ପ୍ରଭୃତି ବୈଠକ ଅନୁଷ୍ଠିତ ହୋଇଯାଇଛି lଏହି ବୈଠକ ରେ ସରକାର ଙ୍କ କୋଭିଡ କଟକଣା କୁ ଦୃଷ୍ଟି ରେ ରଖି ଏହି ଉତ୍ସବ ପାଳନ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି lଏହି ପ୍ରସ୍ତୁତି ବୈଠକ ରେ ସଭାପତି ଗୁଣନିଧି ବନଛୋର, ସମ୍ପାଦକ ଉମେଶ କୁମାର ବନଛୋର, କର୍ତ୍ତା ମିଳନ ପାଣ୍ଡେ,ଯାଦବ ସଭାର ସଭାପତି ଧ୍ରୁବ ଚରଣ ହାତୀ, ସଭାପତି ଅମ୍ରିତ ଲାଲ ବନଛୋର ବିଭିନ୍ନ ବ୍ଳକ ତଥା ବରଗଡ ଜିଲ୍ଲା ସଭାପତି ମାନଙ୍କ ଉପସ୍ଥିତି ରେ ଗିରି ଗୋବର୍ଦ୍ଧନ ପୂଜା ଉପରେ ପୁଙ୍ଖାନୁପୁଙ୍ଖ ପୁଙ୍ଖ ଆଲୋଚନା କରାଯାଇଥିଲା lଅନ୍ୟ ମାନଙ୍କ ମଧ୍ୟରେ ପୂଜା କମିଟି ର ସଭ୍ୟ ମୀନ ବାଗ,ଟିକୁ ବନଛୋର ଏବଂ ଯାଦବ ସମାଜ ର ଅନେକ ସଭ୍ୟ ଅଂଶ ଗ୍ରହଣ କରି ଶାନ୍ତିପୂର୍ଣ୍ଣ ଭାବେ ପୂଜା ର ଆୟୋଜନ କରାଯିବ ବୋଲି ମତପ୍ରଦାନ କରିଥିଲେ l