-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2021
ଟିଟିଲାଗଡ଼ (ସନ୍ତୋଷ କୁମାର ନାଏକ) ଟିଟିଲାଗଡ଼ ଥାନା ଅନ୍ତର୍ଗତ କନ୍ଦାଖାଲ ଗ୍ରାମର କୈଳାସ କୁମ୍ଭାର ନିକଟସ୍ଥ ବିଟାବନ୍ଧ ଗ୍ରାମର ପୂଜା ସାହାଣୀ ଙ୍କ ସହିତ ସମ୍ପର୍କ ରଖି ବିଭିନ୍ନ ପ୍ରକାର ଶାରିରୀକ ତଥା ଭୌତିକ ଯନ୍ତ୍ରଣା ଦେବାରୁ ଉକ୍ତ ପୂଜା ସାହାଣୀ ନିଜେ ଆତ୍ମହତ୍ୟା କରିଥିଲେ । ଏହି ଘଟଣା କୁ ଟିଟିଲାଗଡ଼ ପୋଲସ ଥାନା ୟୁଡି କେଶ ନଂ-୩୨/୨୦୧୯ ରେ ଏକ ମାମଲା ରୁଜୁ କରି ନାମକୁ ମାତ୍ର ତଦନ୍ତ କରି କୌଣସି କାର୍ଯ୍ୟାନୁଷ୍ଠାନକାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଓ ଅଭିଯୁକ୍ତ
ସହ ଅର୍ଥ କାରବାର ଯୋଗୁଁ କିଛି ତଦନ୍ତ ନ କରି ଅଭିଯୁକ୍ତ କୁ ଖୋଲା ଛାଡ଼ିଦେଇଥିଲେ । ଟିଟିଲାଗଡ଼ ଥାନା ରେ କାର୍ଯ୍ୟରତ ଥିବା ଉକ୍ତ ରଞ୍ଜନ ମହାନ୍ତି ମୃତ ଝିଅ ର ମାଆ ଙ୍କୁ ଜଣେ ବିଧବା ତଥା ଗରିବ ଅସହାୟ ଭାବି ଅନେକ କଟୁ କଥା ସହ ଦୁର୍ବ୍ୟବହାର କରି ଥାନା ରୁ ତଡି ଦେଇଥିବା ପରି ଗୁରୁତର ଅଭିଯୋଗ ହୋଇଛି । ଏ ନେଇ ବିଭାଗୀୟ ବିଭିନ୍ନ ଅଧିକାରୀ ଙ୍କ ନିକଟକୁ ଡାକ ଯୋଗେ ଅଭିଯୋଗ ପତ୍ର ପ୍ରେରଣ କରିଥିବା ସହ ଶେଷରେ ଅଦାଲତ ର ଦ୍ୱାରାସ୍ତ ହୋଇଛନ୍ତି । ଉକ୍ତ ମାମଲା ନେଇ ଆଇନଜୀବୀ ଶ୍ରୀ ପ୍ରୀତିମନ ନାଗ ମାମଲା ପରିଚାଳନା କରୁଥିବା ଜଣା ଯାଇଛି । ଏ ନେଇ ସବିଶେଷ ତଦନ୍ତ କରିବା ସହ ନ୍ୟାୟ ପ୍ରଦାନ ପାଇଁ ପୁନଃ ଅଭିଯୋଗ ପତ୍ର ବିଭାଗୀୟ ସମସ୍ତ ମୁଖ୍ୟ ଅଧିକାରୀ ଙ୍କୁ ଡାକ ଯୋଗେ ପ୍ରେରଣ କରିଥିବା ସହ ନ୍ୟାୟ ଦାବି କରିଛନ୍ତି ।