-+91-9937148622 |
prerana_bgr@rediffmail.com |
Monday 9th March 2026 |
R.N.I. Regd No. ODIODI/2010/46693
Breaking News
04-Nov-2020
ଚୌଦ୍ଵାର, ଐତିହାସିକ ଚୌଦ୍ୱାର ରୂପ ଯାତ୍ରା ଚଳିତବର୍ଷ କୋବିଡ଼ କଟକଣା ପାଇଁ ସମ୍ପୂର୍ଣ ଫିକା ପଡିଯାଇଛି । ପରମ୍ପରା ରକ୍ଷା କରିବା ପାଇଁ ସମସ୍ତ ୪୦ ଗୋଟି ପୂଜା ମଣ୍ଡପରୁ ମେଢ଼ ଗୁଡିକ ରୂପଯାତ୍ରା ପଡିଆକୁ ଆସି ଭଷାଣିରେ ସାମିଲ ହୋଇଥିଲେ । ଚୌଦ୍ୱାର ଦଶହରା ପୂଜା କମିଟି ପକ୍ଷରୁ ମେଢ଼ ମାନଙ୍କୁ କମିଟିର ସୂଚନା କେନ୍ଦ୍ର ନିକଟରେ ଛନ୍ଦା,ଉତ୍ତରୀୟ ଓ ମିଷ୍ଟାନ୍ନ ଦେଇ ସ୍ୱାଗତ କରାଯାଇଥିଲା । ସମସ୍ତ ମେଢ଼ କମିଶନରେଟ ପୁଲିସ ର କଟକଣା ମାନି ବିନା ବାଜାରୋଷଣୀରେ ଭାଷାଣି ରେ ଯାଇଥିଲେ । ସମସ୍ତ ମେଢ଼ ନିର୍ମିତ ହୋଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ କରିଥିଲେ । ଶାନ୍ତି ଶୃଙ୍ଖଲା ରକ୍ଷା କରିବା ପାଇଁ ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ନେତୃତ୍ୱରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଅତିରିକ୍ତ ଡିସିପି ତ୍ରିନାଥ ମିଶ୍ରଙ୍କ ସହ ଦୁଇ ଜଣ ଏସିପି ମଧ୍ୟ ଉପସ୍ଥିତ ଥିଲେ । ଚଳିତ ବର୍ଷ ସମୂର୍ଣ୍ଣ କଟକଣା ମଧ୍ୟରେ ଭଷାଣି ସମ୍ପର୍ଣ୍ଣ ଶାନ୍ତି ଶୃଙ୍ଖଳା ମଧ୍ୟରେ ସମ୍ପନ୍ନ ହୋଇଛି ।