-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
21-Oct-2021
ବୀରମହାରାଜପୁର, ( ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମୁର୍ଷୁଣ୍ଢୀ ସ୍ଥିତ ହରିହର ଯୋର ପୋଲ ତଲୁ ଏକ ପାଞ୍ଚ ମାସର ଶିଶୁପୁତ୍ର ଉଦ୍ଧାର କରାଯାଇଛି । ସୂଚନା ମତେ ଚାରମାଳ ଥାନା ଅନ୍ତର୍ଗତ ରେଙ୍ଗାଲି ପଞ୍ଚାୟତ ଡୁମ୍ବୁରିବାହାଲ ଗାଁ ର ସୁଦାମ ସେଠୀ ବୀରମହାରାଜପୁର ପଟୁ ତାଙ୍କର ସମ୍ପର୍କୀୟ ସହ ନିଜ ଘରକୁ ଫେରୁଥିବା ସମୟରେ ପରିଶ୍ରା ହରିହର ପୋଲ ନିକଟରେ ଅଟକିଥିଲେ । ଏତିକି ବେଳେ ପୋଲ ତଲେ ଶିଶୁ ପୁତ୍ରଟି କାନ୍ଦୁଥିଲା ଶୁଣିବାକୁ ପାଇଥିଲେ । ପୋଲ ତଳକୁ ଯାଇ ଶିଶୁ ପୁତ୍ର କୁ ଉଦ୍ଧାର କରି ସେଠାରେ କିଛି ସମୟ ପର୍ଯ୍ଯନ୍ତ ଅପେକ୍ଷା କରିଥିଲେ । ଶ୍ରୀ ସେଠୀ ଙ୍କ କହିବା କଥା କେହି ନ ଆସିବାରୁ ଶିଶୁ ପୁତ୍ର ନେଇ ନିଜ ଘରେ ରଖି ତାକୁ ମଣିଷ କରିବି ବୋଲି କହିଥିଲେ । ଏନେଇ ଏଠାରେ କିଏ ଏହି ଶିଶୁ ପୁତ୍ରକୁ ଏଠାରେ କିଭଳି ଉଦ୍ଧେଶ୍ୟରେ ରଖିଥିଲା ତାହା ଜଣା ପଡି ନାହିଁ । କିଛି ଦିନ ଆଗରୁ ଏଭଳି ଏକ ଶିଶୁ ପୁତ୍ର ସୁବଳୟା ଥାନା ଚନ୍ଦଲି ଗ୍ରାମ ନିକଟରୁ ଦୁଇ ସ୍ଵାମୀ ସ୍ତ୍ରୀ ଉଦ୍ଧାର କରିଥିଲେ । ଏଭଳି ଅଭିନବ ଢଙ୍ଗରେ ଶିଶୁ ବିକ୍ରି ହେଉଥିବା ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।