-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
18-Oct-2021
ବଲାଙ୍ଗୀର (ପ୍ରେରଣା ଖବର) : ଆଗଲପୁର ବ୍ଲକ ବାବୁ ଫାସଦ ଗ୍ରାମ ପଞ୍ଚାୟତ ର ବାବୁପାଲି ଗ୍ରାମର ଧବଳେଶ୍ଵର ଶିବ ମନ୍ଦିର ରେ ପ୍ରାୟ ଛଅ ମାସ ହେବ ପ୍ରତି ଶନିବାର, ରବିବାର ଏବଂ ସୋମବାର ଦିନ ସକାଳ ପୂଜା ସମୟରେ ଆପେ ଆପେ ଶଙ୍ଖ ଧ୍ୱନି ଶୁଭୁଛି । ବିନା ସେବାୟତ ରେ ଶଙ୍ଖ ଧ୍ଵନି ଶୁଭୁଥିବା ଗ୍ରାମର ଗୌନ୍ତିଆ ଶ୍ରୀଯୁକ୍ତ ବିଦେଶୀ ସାହୁ ପ୍ରକାଶ କରିଛନ୍ତି । କରୋନା ମହାମାରୀ ର କରାଳ ସାରା ବିଶ୍ବ ରେ ଭୟାବହ ବାତାବରଣ ସୃଷ୍ଟି କରିଥିବା ବେଳେ ଏହି ମହାମାରୀ ବିଶ୍ଵ ରୁ ଲୋପ ପାଇବା ପାଇଁ ଭକ୍ତ ମାନେ ପୂଜାର୍ଚ୍ଚନା ମଧ୍ୟ କରିଥିବା ସେ କହିଥିଲେ । ଏଣୁ କୌଣସି ମହତ୍ ଉଦ୍ଦେଶ୍ୟ ରେ ମନ୍ଦିର ପରିସର ରେ ବିନା ସେବୟତରେ ଶଙ୍ଖ ଧ୍ଵନି ହେବା ଏକ ଶୁଭମୟ ସଂକେତ ବୋଲି ଶ୍ରୀଯୁକ୍ତ ସାହୁ କହିଛନ୍ତି ।