-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
03-Nov-2020
କଳାହାଣ୍ଡି, ଧର୍ମଗଡ଼-(ତ୍ରିନାଥ ବେଶ୍ରା)- କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ରଙ୍କ।ବାହାଲ ଅଞ୍ଚଳରେ ଦୁଇଜଣ ଯୁବକକୁ ଗ୍ରାମବାସୀ ଙ୍କ ଦ୍ଵାରା ବଳିଦେବା ର ସନ୍ଦେହ କରି ଅଟକ ରଖି ନିର୍ଧୁମ ମାଡ଼ ଦେଇଥିବା ଅଭିଯୋଗ ହେଇଛି।ଅଟକ ରଖିଥିବା ଯୁବକ ମାନେ ଗାଁ ର ଗୋଟିଏ ପଡ଼ିଆରେ ୩ ଫୁଟ ଗଭୀର ଓ ୫ ଫୁଟ ଓସାର ର ଗୋଟିଏ ଗାତ ଖୋଲି ସେଥିରେ ବଳିଦେବା ଉଦ୍ଦେଶ୍ୟରେ ଏହି କାମ କରିଥିଲେ ବୋଲି ଗାଁ ଲୋକେ ସନ୍ଦେହ କରୁଛନ୍ତି। ସେମାନେ ୧୦ ଜଣ ଲୋକ ଆଉ ଜୁନାଗଡ଼ ର ଜଣେ ଯୁବକ ଶରତ ଖରସେଲକୁ ବଳିଦେବାଉଦ୍ଦେଶ୍ୟରେ ଆଣିଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି। କିନ୍ତୁ ସେମାନେ ଗୁପ୍ତଧନ ଉଦ୍ଦେଶ୍ୟରେ ଆସିଥିଲେ ବୋଲି ପ୍ରକାଶ କରିଛନ୍ତି।ଗିରଫ କରିଥିବା ଲୋକଙ୍କ ଠାରୁ ନଡ଼ିଆ, ମନ୍ଦାର ଫୁଲ, ଲେମ୍ବୁ, ଚୁଡି, କାଉଁରୀ ହାଡ଼ ଓ ବିଭିନ୍ନ ପୂଜା ସାମଗ୍ରୀ ଜବତ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ ଲ ଧର୍ମଗଡ଼ ଥାନା ଅଧିକାରୀ ଶବର ବାବୁ ଙ୍କୁ ପଚାରିବାରୁ ଏହାର ତଦନ୍ତ ଚାଲିଛି ବୋଲି କହିଛନ୍ତି ll