-+91-9937148622 |
prerana_bgr@rediffmail.com |
Sunday 8th November 2026 |
R.N.I. Regd No. ODIODI/2010/46693
Breaking News
07-Nov-2026
ପାଟଣାଗଡ଼: ଆଜିର ଶିଶୁ କାଲିର ଭବିଷ୍ୟତ ଏକଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମୁଖରୁ ଶୁଣିବାକୁ ମିଳେ ଓ ଆଜିର ଦିନରେ ତାହା ପ୍ରମାଣିତ ମଧ୍ୟ ହୋଇ ଅଛି । ଆଜିର ଦିନରେ ମଣିଷ ଭୂପୃଷ୍ଠ ବାହାରି ଚନ୍ଦ୍ରରେ ପହଞ୍ଚିଲାଣି । ଦିନ ଥିଲା ଲୋକେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ରହି ଆସୁଥିବା ବେଳେ ଧିରେ ଧିରେ ମଣିଷ ଶିକ୍ଷିତ ହୋଇ ଆଧୁନିକ ପରିବେଶ ଗଠନ କରି ବେଶ ସୁସ୍ଥ ଜୀବନଜାପନ କରିବାରେ ସକ୍ଷମ ହୋଇଛି । ଯେତେବେଳେ ଅତୀତ କାଳରେ ମଣିଷ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନେକ ଧନ ଜୀବନ ନଷ୍ଟ ହୋଇ ଯାଇଥିବା ବେଳେ ଆଜିର ଦିନରେ ଅନେକ ବିଜ୍ଞାନର ସହାୟତାରେ ଧିରେ ଧିରେ ସୁସ୍ଥ ଜୀବନଜାପାନ କରିବାରେ ସକ୍ଷମ ହୋଇଛି। ଏବେ ନୂତନ ପିଢ଼ି ବିଜ୍ଞାନ ର ସହାୟତାରେ ଅନେକ ସମସ୍ୟା ର ସମାଧାନ ବାହାର କରିଥିବା ବେଳେ ଧିରେ ଧିରେ ଅନ୍ଧ ବିଶ୍ବାସ ଗୁଡ଼ିକ ଲୋପ ପାଇବାକୁ ବସିଲାଣି।ଏବେ ମଣିଷ ଜୀବନରେ ଲୋକେ ବିଜ୍ଞାନ କୁ ଭରଷା କରି ବହୁ ଆଗକୁ ଅଗ୍ରସର କରିଥିବା ବେଳେ ଧିରେ ଧିରେ ଛୋଟଛୋଟ ଛାତ୍ରଛାତ୍ରୀ ଠୁ ଆରମ୍ଭ କରି ବୟଷ୍କ ପଯ୍ୟନ୍ତ ନୂତନ ନୂତନ ଆବିଷ୍କାର ଗୁଡ଼ିକ ମଧ୍ୟ ବାହାର କରିବାରେ ସକ୍ଷମ ହୋଇ ପାରିଛନ୍ତି । ଏବେକାର ଦିନରେ ବିଜ୍ଞାନ ପ୍ରତି ଲୋକଙ୍କ ଅନେକ ଆଶା, ବିଶ୍ୱାସ ଓ ଭରସା ରହିଥିବା ବେଳେ ନୂତନ ନୂତନ ଆବିଷ୍କାର ଗୁଡ଼ିକ ବାହାର କରିବାରେ ଛୋଟଛୋଟ ଛାତ୍ରଛାତ୍ରୀ ମାନେ ମଧ୍ୟ ପଛଘୁଞ୍ଚା ଦେଉ ନଥିବା ଦେଖିବାକୁ ମିଳୁଛି । ଠିକ ସେହିପରି ବିଜ୍ଞାନ ପ୍ରତି ଆକୃଷ୍ଟ ହୋଇ ସରକାର ଅନେକ ସ୍କୁଲ ମାନଙ୍କରେ ବିଜ୍ଞାନ ମେଳା ଆୟୋଜନ କରୁଥିବା ବେଳେ ଆଜି ପାଟଣାଗଡ ବ୍ଲକ ସ୍ଥିତ ସରକାରୀ ପି ଏମ ଶ୍ରୀ ସ୍କୁଲ ସୋଲବନ୍ଧ ରେ ଅନୁଷ୍ଠିତ ହୋଇଯାଇଛି ବିଜ୍ଞାନ ମେଳା, ଅନୁଷ୍ଠିତ ଏହି ବିଜ୍ଞାନମେଳାରେ ସ୍କୁଲର ୩୫ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ଗରିଷ୍ଠ ବିଭାଗ ର ୫ଜଣ ଛାତ୍ରଛାତ୍ରୀ ଓ କନିଷ୍ଠ ବିଭାଗର ୫ ଜଣ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରି ଆଗକୁ ବ୍ଲକସ୍ତରୀୟ ବିଜ୍ଞନମେଳା ପାଇଁ ଚୟନ କରାଯାଇଥିଲା।ଏହି ବିଜ୍ଞାନ ମେଳାର ଆୟୋଜକ ପି ଏମ ଶ୍ରୀ ସ୍କୁଲ ସୋଲବନ୍ଧର ପ୍ରଧାନଶିକ୍ଷକ ପ୍ରଭାକର ସାହୁ ଆୟୋଜନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଏସ.ଏମ୍.ସି ସଭାପତି ପଲସି ବରିହା ଓମକାର ମିଶ୍ର, ଦେବେନ୍ଦ୍ର ପଟେଲ୍ ଯୋଗ ଦେଇଥିବା ବେଳେ କୃତୀତ୍ଵ ଛାତ୍ର ଛାତ୍ରୀ ବିକି ପଧାନ, ଆଦ୍ୟାଶା ବନଛୋର, ରେଶ୍ମା ମହାନନ୍ଦ, ଶୁଭକାନ୍ତି ନାଗ, ଜଗଦୀଶ ବରିହା, ଲକି ପଧାନ, ସଞ୍ଜିତା ମେହେର, ପ୍ରିୟବ୍ରତ ବାଗ, ମନୀଷା ଶବର, ଆଲୋକ ମେହେରକୁ ପୁରସ୍କାର ପ୍ରଦାନ କରି ସମ୍ମାନିତ କରାଯାଇ ଥିଲା ।