-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ବିଦ୍ୟୁତ ଶୁଳ୍କ ବୃଦ୍ଧି, କୃଷକ, ଶ୍ରମିକ ଓ କର୍ମଚାରୀ ବିରୋଧି ଆଇନ ବିରୁଦ୍ଧରେ ରାଷ୍ଟ୍ରିୟ ମଜଦୁର କଂଗ୍ରେସର ବଲାଙ୍ଗିର ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ

03-Nov-2020



ବଲାଙ୍ଗିର,,ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ରାଜ୍ୟ ଶାଖାର ଆହ୍ୱାନ କ୍ରମେ ବଲାଙ୍ଗିର ଜିଲ୍ଲାରେ ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଆଜି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶ୍ରମ ବିରୋଧି ନୀତି, କୃଷି ଓ କୃଷକ ବିରୋଧି ନୀତି ତଥା କରୋନା ମହାମାରି ଦୁର୍ଦ୍ଦିନରେ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କରୋନା ମହାମାରି ସଂକ୍ରମଣ ଯୋଗୁଁ ସମଗ୍ର ବିଶ୍ୱ ଭାରତ ବର୍ଷ ଏବଂ ଆମ ରାଜ୍ୟରେ ସାଧାରଣ ଜିବନ ଯାତ୍ରା ଓ ଜିବିକା ସମ୍ପୁର୍ଣ୍ଣ ରୂପେ ଠପ୍ ହୋଇଯାଇଛି ଫଳରେ ସାଧାରଣ ଜନତାଙ୍କ ଆର୍ଥିକ ମେରୁଦଣ୍ଡ ବର୍ତ୍ତମାନ ଅତି ଶୋଚନୀୟ । ଏଭଳି ସମୟରେ ରାଜ୍ୟରେ ରାଜ୍ୟ ସରକାର ଜନତାଙ୍କ ବିଦ୍ୟୁତ ଶୁଳ୍କ ଛାଡ ବଦଳରେ ୟୁନିଟ ପିଛା ୨୦ ପଇସା କୁ ବୃଦ୍ଧି, ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାକୁ ଘରୋଇକରଣ, କର୍ମଚାରୀଙ୍କ ସ୍ଥାୟିତ୍ୱ, ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ନିରାପତ୍ତା, ମଜୁରି ଆଦି ସଂପର୍କରେ କୌଣସି ପଦକ୍ଷେପ ନ ନେବା ଓ କାର୍ଯ୍ୟ କରୁଥିବା ସମୟରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କୁ କରୋନା ଯୋଦ୍ଧାର ମାନ୍ୟତା ନ ଦେବା ଦୁଭାର୍ଗ୍ୟପୂର୍ଣ୍ଣ ବିଷୟ ଅଟେ । ଏହା ସହିତ ସମଗ୍ର ରାଜ୍ୟରେ ପଞ୍ଜିକୃତ ୩୦ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ କରୋନା ଲକ୍ ଡାଉନ ସମୟରେ ୧୫୦୦ ଟଙ୍କା ଦିଆଯିବାକୁ ଘୋଷଣା ହୋଇଥିଲେ ମଧ୍ୟ ଏଯାବତ୍ ବଣ୍ଟନ କରିବାରେ ସରକାର ଓ ପ୍ରଶାସନ ସମ୍ପୁର୍ଣ୍ଣ ରୂପେ ବିଫଳ ହୋଇଛି ଏବଂ ପ୍ରବାସୀ ଶ୍ରମିକଙ୍କୁ ଘୋଷଣା କରାଯାଇଥିବା ୨୦୦୦ଟଙ୍କା ମଧ୍ୟ ଠିକ୍ ଭାବରେ ଦିଆଯାଇ ନାହିଁ । ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲାରୁ ପ୍ରତିବର୍ଷ ୪/୫ ଲକ୍ଷ ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟି ଯାଉଥିବା ବେଳେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ ବାଧ୍ୟତାମୂଳକ କରିଥିଲେ ମଧ୍ୟ ବଲାଙ୍ଗିର ଜିଲ୍ଲାରେ ତାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠୁଛିି । ଚାଷ ଓ ଚାଷୀଙ୍କ ଫସଲ ସୁରକ୍ଷା ପାଇଁ ଫସଲବୀମା ଯୋଜନାରେ ପ୍ରତିବର୍ଷ ଚାଷୀ ବୀମା ପ୍ରିମିୟମ ଦାଖଲ କରୁଥିବା ବେଳେ କ୍ଷୟକ୍ଷତିର ସମ୍ମୁଖିନ ହୋଇ ମଧ୍ୟ ପର ମୁହୁର୍ତ୍ତରେ ଫସଲବୀମା ସହାୟତାରୁ ବଂଚିତ ହୋଇଯାଉଛି । ଏଭଳି ଘଟଣା ନୁଆ ହୋଇନଥିବା ବେଳେ ଲଗାତାର ଭାବରେ ସମଗ୍ର ଜିଲ୍ଲାରେ ଘଟୁଥିବାରୁ ଏହାର ଭିଜିଲାନ୍ସ ତଦନ୍ତ ଆବଶ୍ୟକତା ରହିଛି ଏବଂ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ମରୁଡି ସହାୟତା, ଦୈବୀ ଦୁର୍ବିପାକ ସହାୟତା, ଫଳ ଓ ପରିବା ଚାଷ କ୍ଷୟକ୍ଷତି ସହାୟତା ପ୍ରକୃତ ହିତାଧିକାରୀଙ୍କୁ ମିଳୁନାହିଁ । ଏ ସମ୍ବନ୍ଧରେ ସରକାର ଓ ପ୍ରଶାସନ ନିରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ନିନ୍ଦନୀୟ ଅଟେ । ପାଲ୍ୟାମେଣ୍ଟରେ ବିଜେପି ସରକାର ୪୪ ଗୋଟି ଶ୍ରମିକ ହିତରେ ଥିବା ଶ୍ରମ ଆଇନକୁ ୪ ଗୋଟି ଲେବର କୋର୍ଡରେ ପରିଣତ କରି ପୁଞ୍ଜିପତିଙ୍କ ସ୍ୱାର୍ଥ ସାଧନ କରିଛନ୍ତି । ଶ୍ରମିକଙ୍କ ଶ୍ରମ ନିର୍ଘଣ୍ଟ ସମୟ ଆଠ ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି କରାଯିବା ଦ୍ୱାରା ଏକ ତୃତିୟାଂଶ ଶ୍ରମିକ ତାଙ୍କର ରୋଜଗାର ସମ୍ପୁର୍ଣ୍ଣ ହରାଇବା ଆଂଶକା ରହିଛି । କୃଷି କ୍ଷେତ୍ରରେ କଣ୍ଟାକ୍ଟ ଫାର୍ମିଂ ନାଁରେ  ଦୁଇଟି ଆଇନ କେନ୍ଦ୍ର ସରକାର ପାସ କରିଥିବାରୁ ଚାଷି, ନାମମାତ୍ର ଚାଷି, କ୍ଷୁଦ୍ର ଚାଷି ନିଜର ଜମି ମାଲିକାନା ହରାଇବେ ଓ ଅସଂଗଠିତ କ୍ଷେତ୍ରରେ ସବୁଠାରୁ ଅଧିକ ନିଯୁକ୍ତି ସୁଯୋଗ ଦେଉଥିବା କୃଷିକ୍ଷେତ୍ରର ଚତୁର୍ଥ ଭାଗ କୃଷି ଶ୍ରମିକ ନିଜର ରୋଜଗାର ମଧ୍ୟ କରାଇବେ । ଯାହା ଫଳରେ ଦେଶରେ ଭୟଙ୍କର ବେରୋଜଗାରି ସୃଷ୍ଟି ହେବ । ଗରିବ କୃଷି ଶ୍ରମିକ ଓ ତାର ପରିବାରର ଜିବନ ଜିବିକା ହତାଶା ମଧ୍ୟକୁ ଠେଲି ହୋଇଯିବ ।  ଏଣୁ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ମିଳିତ ମଂଚ ତରଫରୁ ଆଗାମୀ ୨୬.୧୧.୨୦୨୦ ସମ୍ପୁର୍ଣ୍ଣ ଭାରତ ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ ଗ୍ରାମିଣ ଚାଷି ମୁଲିଆ ସଂଘର ଜିଲ୍ଲା ସଭାପତି ପ୍ରେମାନନ୍ଦ ଭୋଇ, ଜିଲ୍ଲା ସଂପାଦକ ଚକାଚରଣ ମାଝିି, ଚାଷୀ ନେତା ଗୋପାଳ ମନହିରା, ଟିଟିଲାଗଡ ବ୍ଲକ ସଭାପତି ସତ୍ୟନାରାୟଣ ବାଗ, ଦେଓଗାଁ ବ୍ଲକ ସଭାପତି ପୁରନ୍ଦର ବାଗ, ଗୁଡଭେଳା ବ୍ଲକ ସଂପାଦକ ବିଧୂଭୂଷଣ ଭୋଇ, ଦିବ୍ୟସିଂ ଭୋଇ, ବିକ୍ରମ ଭୋଇ, ଅଶୋକ ସୁନା, ବିଭିନ୍ନ ଚାଷୀନେତା ଓ ଶ୍ରମିକ ପ୍ରତିନିଧି ଯୋଗ ଦେଇଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like