-+91-9937148622 |
prerana_bgr@rediffmail.com |
Thursday 22nd October 2026 |
R.N.I. Regd No. ODIODI/2010/46693
Breaking News
14-Oct-2021
କେନ୍ଦୁଝର (ପ୍ରେରଣା ଖବର) : ହାତୀପଲ ଏବେ ବର୍ଦ୍ଧନା ଗାଁ ନିକଟ ଜଙ୍ଗଲରେ ଡେରା ପକାଇଛନ୍ତି। ହାତୀପଲରେ ୫ ଟି ଦନ୍ତା ୧୧ଟି ମାଈ ହାତୀ ଓ ୧୦ଟି ଛୁଆ ହାତୀଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଗାଁ ନିକଟ ଜଙ୍ଗଲରେ ହାତୀପଲ ଥିବାରୁ ଲୋକେ ଭୟଭିତ ଅବସ୍ଥାରେ ଅଛନ୍ତି । ବନ ବିଭାଗ ହାତୀପଲଙ୍କ ପଛେ ପଛେ ରହି ହାତୀଙ୍କୁ ଘଉଡ଼ାଇକୁ ଚେଷ୍ଟା ଜାରି ରଖିଛି। ଖୁବ ଶୀଘ୍ର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇଦେବା ସହ ହାତୀପଲଙ୍କୁ ଏ ଅଞ୍ଚଳରୁ ଘଉଡ଼ାଇବା ପାଇଁ ଚାଷୀ ଦାବି କରିଛନ୍ତି! କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜର ଜ୍ୟୋତିପୁର ବିଟ ଅଞ୍ଚଳରେ ତିନି ଦିନ ହେବ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ଦିନବେଳା ଜଙ୍ଗଲରେ ହାତୀପଲ ରହୁଥିବା ବେଳେ ସଂଧ୍ୟା ହେଲେ ଗାଁ ମୁହାଁ ହୋଇ କ୍ଷେତରେ ପଶି ଏକର ଏକର ଧାନ ଫସଲ ମାଡି ଦଳି ନଷ୍ଟ କରୁଛନ୍ତି। ବିଳମ୍ବିତ ରାତିରେ ହାତୀପଲ ଷଡ଼ଙ୍ଗୀ, ଜ୍ୟୋତିପୁର, କୁସୁମନାଳୀ,ଝାଲିଆ ବେଡା, ମାଳିପଶି ଗ୍ରାମରେ ଏକର ଏକର ଧାନ ଫସଲ ନଷ୍ଟ କରିଛନ୍ତି ଋଣ କରଜ କରି ଚାଷ କରିଥିବା ଚାଷୀକୁଳ ଚିନ୍ତାରେ ପଡିଥିବା ବେଳେ ନିଜ ନିଜର ଫସଲକୁ ହାତୀପଲ ଦାଉରୁ ରକ୍ଷା କରିବା ପାଇଁ ରାତି ଅନିଦ୍ରା ରହୁଛନ୍ତି !