-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
21-Sep-2021
ବଲାଙ୍ଗୀର, (ପ୍ରେରଣା ଖବର) - ବଲାଙ୍ଗିର କଂଗ୍ରେସ ର ଟାଣୁଆ ନେତା ତଥା ରାଜ୍ୟ କିଶାନ କଂଗ୍ରେସର ଉପାଧ୍ୟକ୍ଷ ବଲାଙ୍ଗିର କୃଷକ ମହାସଂଘର ସଭାପତି ସ୍ୱର୍ଗତ ସୁଧିର ପରିଚ୍ଛାଙ୍କ ଭାଇ ସୈାମେନ୍ଦ୍ର ପରିଚ୍ଛା (ଚଗଲା)ଙ୍କୁ ରାଜ୍ୟ କିଶାନ କଂଗ୍ରେସ ସଂପାଦକ ଭାବେ ମନୋନିତ କରାଯାଇଛି । ତାଙ୍କର ନିଯୁକ୍ତିରେ ଜିଲ୍ଲା କିଶାନ କଂଗ୍ରେସ ପକ୍ଷରୁ ଆନନ୍ଦ ଲହରି ଖେଳିଯାଇଛି । ଶ୍ରୀ ପରିଚ୍ଛା ରାଜ୍ୟ କିଶାନ କଂଗ୍ରେସ ଅଧ୍ୟକ୍ଷ ଅମିୟ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ପିସିସି ର ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ରଙ୍କ କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀ ପରିଚ୍ଛାଙ୍କ ନିଯୁକ୍ତିରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ ବେହେରା, ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ଚାଷି ନେତା ସରୋଜ ପ୍ରଧାନ, ବିଶ୍ୱଜିତ ନାଥ, ସାନ୍ତନୁ ସିଂହ, ସୋମନାଥ ପଟେଲ, ଉମାକାନ୍ତ ସାହୁ, ରାମ ପ୍ରସାଦ ମିଶ୍ର, ରାମଜୀ ଚୈାଧୁରି, କାନ୍ତେଶ୍ୱର ପଧାନ ପ୍ରମୁଖ ସ୍ୱାଗତ ଜଣାଇଛନ୍ତି ।