-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
02-Nov-2020
ଲୋଇସିଂହା, (ପ୍ରେରଣା ଖବର)- ଗତକାଲି ମାନସ ବିହାର ରୁଗୁଡ଼ିଖାଲ ଠାରେ ଅବସରପ୍ରାପ୍ତ ଶିକ୍ଷକ -ଲଳିତ ମୋହନ ସାହୁଙ୍କ ଦୁଇଟି ପୁସ୍ତକ ଉନ୍ମୋଚନ ସମାରୋହ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମ ରେ ସଭାପତି ଭାବରେ କଵି ଓ ନାଟ୍ୟକାର ଗଜେନ୍ଦ୍ର ଦଣ୍ଡସେନା, ମୁଖ୍ୟ ଅତିଥି ଡ଼ଃ ଘାସିରାମ ମିଶ୍ର, ମୁଖ୍ୟବକ୍ତା ଅଧ୍ୟାପକ ପ୍ରକାଶ ସେଠ, ସଂମାନିତ ଅତିଥି ନାରୀ କଵି ଚନ୍ଦ୍ରାବତୀ ପାଣ୍ଡେ, ମଞ୍ଚ କଳାକାର ରବୀନ୍ଦ୍ର କୁମାର ସାହୁ, ଓ ଅବସର ପ୍ରାପ୍ତ ଶିକ୍ଷକ ନେପାଳ ପଧାନ ଯୋଗ ଦେଇଥିଲେ, ମଞ୍ଚ ପରିଚାଳନା କରିଥିଲେ ସରୋଜ କୁମାର ବିଶ୍ୱାଳ l ପରେ ପରେ କଵି ରତ୍ନମୟ ତ୍ରିପାଠୀଙ୍କ ମନୋଜ୍ଞ ସଂଯୋଜନା ରେ ଅନୁଷ୍ଠିତ ବହୁଭାଷୀ କବିତା ଆସର ରେ ବଲାଙ୍ଗୀର, ସୋନପୁର ତଥା ଆଖ ପାଖର ପ୍ରାୟ 30 ଜଣ କଵି ନିଜର ସ୍ୱ ରଚିତ କବିତା ପାଠ କରିଥିଲେ, ଶେଷରେ ଉମେଶ ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ଭିଡିଓ ବିଭାଗ ରେ ଏହାର ଭିଜୁଆଲ ଦେଖିବାକୁ ଅନୁରୋଧ