-+91-9937148622 |
prerana_bgr@rediffmail.com |
Tuesday 17th March 2026 |
R.N.I. Regd No. ODIODI/2010/46693
Breaking News
17-Sep-2021
ଢେଙ୍କାନାଳ, (ତାପସ ଦାସ ): ଢେଙ୍କାନାଳ ଜିଲ୍ଲା ସଂସ୍କୃତି ପରିଷଦ, ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂସ୍କୃତି ଭବନ ପରିସରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନୂଆଁଖାଇ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ, ଶୁକ୍ରୁ ସ୍ୱାଇଁ ଜିଲ୍ଲା ଲୋକ ସଂପର୍କ ଅଧିକାରୀ ସରଦା ପ୍ରସନ୍ନ ମହାନ୍ତି, ରାଜ୍ୟ ଲୋକକଳା ସଂଘ ଉପସଦ୍ଭାପତି ଅବନୀ କୁମାର ମିଶ୍ର ଯୋଗଦାନ କରି ନୂଆ ଖାଇ ପର୍ବର ଆଭିମୁଖ୍ୟ ପ୍ରସଙ୍ଗରେ ମତବ୍ୟକ୍ତ କରିବା ସହ ନୂଆଖାଇ ପର୍ବରେ ପରିବାରର ସମସ୍ତ ସଦସ୍ୟ ମତାନ୍ତର, ମନାନ୍ତର ଭୁଲି ଗୁରୁଜନ ମାନଙ୍କ ଜୁହାର କରିବା ସହ ଆଶିର୍ବାଦ ଗ୍ରହଣ କରିଥାନ୍ତି । ଏଥିରେ ବହୁ କଳାକାର କବି, ଲେଖକ କଳାପ୍ରେମୀ ଯୋଗଦାନ କରିଥିଲେ । ପରେ କଳା କାର ମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ ।