-+91-9937148622 |
prerana_bgr@rediffmail.com |
Tuesday 17th March 2026 |
R.N.I. Regd No. ODIODI/2010/46693
Breaking News
17-Sep-2021
ସୁବର୍ଣ୍ଣପର (ମନୋରଞ୍ଜନ ତ୍ରିପାଠୀ ): ଭରା ନଇରେ ଭାସୁଥିବା ଏକ ଯୁବକ ଙ୍କୁ ଆଜି ପବ୍ଲିକ ରୁ ସୂଚନା ପାଇ ସୋନପୁର ଅଗ୍ନିଶମ ବିଭାଗ କର୍ମଚାରୀ ଦୀର୍ଘ ଚାରି ଘଣ୍ଟା ର ଅପରେସନ ଓ ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାର କରି ମେଡିକାଲ କୁ ଚିକିତ୍ସା ପାଇଁ ପହଞ୍ଚାଇ ସ୍ଥାନୀୟ ପୋଲିସ କୁ ହସ୍ତାନ୍ତର କରିଥିବା ଜଣା ଯାଇଛି l ଖବର ପାଇ ସୋନପୁର ଦମକଳବାହିନୀ ଅଧିକାରୀ ବଳରାମ ପଧାନ ଙ୍କ ନେତୃତ୍ୱ ରେ ଓ କନେଷ୍ଟ ବଲ ଦିଲୀପ ଦେହୁରୀ ଙ୍କ କୌଶଳ କ୍ରମେ ସମସ୍ତ କର୍ମଚାରୀ ଙ୍କ ସହାୟତା ରେ ଦୀର୍ଘ 4 ଘଣ୍ଟା ର ଅପରେସନ ପରେ ଖୁବ କଷ୍ଟ ରେ ଉକ୍ତ ଯୁବକ ଙ୍କୁ ଉଦ୍ଧାର କରି ନୌକା ରେ ତେନ୍ତୁଳି ଘାଟ ମହାନଦୀ କୂଳକୁ ଆଣିଥିଲେ l ମହାନଦୀ ସେତୁ ଉପରେ
ଗୋଟିଏ ଏଟିଏମ,ମୋବଇଲ,ଚପଲ ଓ ସାଇକେଲ ରଖାଇଯାଇଥିବାରୁ ଯୁବକଟି କିଛି ଘରୋଇ କଳି ରୁ ଆତ୍ମହତ୍ୟା ପାଇଁ ଭରା ନଇକୁ ଲମ୍ପ ଦେଇଥିବା କରାଯାଉଛି l ଏବେ ସୁଦ୍ଧା ଯାହା ରିପୋର୍ଟ ମିଳିଛି ପୋଲିସ ଉକ୍ତ ଯୁବକଙ୍କୁ ଥାନା ରେ ରଖି ଅଧିକ ପଚରା ଉଚୁରା କରୁଛି l ଏବଂ ଯୁବକଙ୍କ ନାଁ ସାରଥୀ ତାଣ୍ଡି ବୋଲି ବହୁତ ବିଳମ୍ବ ରେ ଖବର ମିଳିଛି l