-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||     

HOME   ଶି‍କ୍ଷା ଓ ନିଯୁକ୍ତି

ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟ୍ ବୋର୍ଡ୍‌ର ସଦସ୍ୟତା ଲାଭ କଲେ ବିକାଶ ଚେୟାର୍‌ମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା

17-Sep-2021



ବରଗଡ଼, (ମୁକୁନ୍ଦ ଦାସ): ବିକାଶ ଗ୍ରୁପ୍ ର ଚେୟାର୍‌ମେନ୍ ତଥା କୋଶଲ-ଆନ୍ଧ୍ରା କଲ୍‌ଚରାଲ୍ ଏସୋସିଏସନ୍‌, ଅତାବିରା ର ଅ୍ମକ୍ଷ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ପ୍ରଖ୍ୟାତ ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟ୍ ବୋର୍ଡ୍‌ର ବିଶେଷ ନିମନ୍ତ୍ରୀତ ସଦସ୍ୟ ହେବାର ଦିବ୍ୟ ସୁଯୋଗ ଲାଭ କରିଛନ୍ତି । ଆନ୍ଧ୍ରପ୍ରଦେଶ ରାଜ୍ୟ ସରକାରଙ୍କ ରେଭେନ୍ୟୁ ଏଣ୍ଡୋମେଣ୍ଟ୍‌ସ୍ ବିଭାଗ ତର‘ରୁ ଆନୁଷ୍ଠାନିକ ଭାବରେ ଜାରି ହୋଇଥିବା ନିର୍ଦ୍ଦେଶନାମା (ଜି.ଓ. ଆର୍‌.ଟି. ନଂ. ୫୬୯/ରେଭେନ୍ୟୁ ଏଣ୍ଡୋମେଣ୍ଟ୍‌ସ୍ ଡିପାର୍ଟ୍‌ମେଣ୍ଟ୍‌, ତା.୧୫.୦୯.୨୦୨୧) ଅନୁଯାୟୀ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ଦେଶର ବିଭିନ୍ନ ପ୍ରାନ୍ତରୁ ମନୋନୀତ ହୋଇଥିବା ୫୦ଜଣ ସଦସ୍ୟବିଶିଷ୍ଟ ତାଲିକାଭୁକ୍ତ ହେବାର ସୌଭାଗ୍ୟ ପାଇଛନ୍ତି ।
ଗତ ୨ଦଶନ୍ଧି ଧରି ବିକାଶ ଗ୍ରୁପ୍ ଅ‘୍ ଇନ୍‌ଷ୍ଟିଚ୍ୟୁସନ୍ସ୍ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ କେବଳ ଓଡ଼ିଶାରେ ନୁହେଁ, ପୂର୍ବ ଭାରତରେ ମ୍ମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ପରିଗଣିତ ହୋଇଆସୁଅଛି । ବିଶ୍ୱସ୍ତରୀୟ ଚିକିତ୍ସା ସେବା କ୍ଷେତ୍ରରେ ବିକାଶ ମଲ୍ଟି-ସ୍ପେସିଆଲିଟି ହସ୍ପିଟାଲ୍ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ବହୁତ କମ୍ ସମୟ ମ୍ମରେ ବରଦାନ ସାବ୍ୟସ୍ତ ହୋଇଛି ଏବଂ ଏହା ଅଂଚଳବାସୀଙ୍କ ପାଇଁ ଜୀବନରେଖା ପାଲଟିଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଶ୍ରୀ ମୂରଲୀ କ୍ରୀଷ୍ଣା ଙ୍କ ନେତୃତ୍ୱରେ ବିକାଶ ହସ୍ପିଟାଲ୍ କୋଭିଡ୍ ର ପ୍ରଥମ ଓ ଦ୍ୱିତୀୟ ଲହର କାଳରେ ହଜାର ହଜାର ଲୋକଙ୍କ ପାଇଁ ଦେବଦୂତ ସାଜିବା ସହିତ ଓଡ଼ିଶା ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ମାଗଣା କୋଭିଡ୍ ଚିକିତ୍ସା ଯୋଗାଇବା ଶ୍ରୀ ମୂରଲୀ କ୍ରୀଷ୍ଣାଙ୍କର ସେବା ଓ ସମାଜୋନ୍ମୁଖୀ ମନୋଭାବ ବ୍ୟକ୍ତ କରେ । କୋଶଲ-ଆନ୍ଧ୍ରା କଲ୍‌ଚରାଲ୍ ଏସୋସିଏସନ୍‌, ଅତାବିରା ର ଅ୍ମକ୍ଷ ଭାବରେ ଅନେକ ବର୍ଷ ଧରି ଆ୍ମାତ୍ମିକ ଚେତନା ଦିଗରେ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ସେ ଅନେକ କାର୍ଯ୍ୟକ୍ରମ କରିଆସିଛନ୍ତି । ଧର୍ମଗୁରୁମାନଙ୍କ ଦ୍ୱାରା ବିଭିନ୍ନ ପୌରାଣିକ ବିଷୟ ଉପରେ ପ୍ରବଚନ କାର୍ଯ୍ୟକ୍ରମ କରିବା ତଥା ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ (ତିରୁପତି ବାଲାଜୀ) ଙ୍କ ମହାତ୍ମ୍ୟ ପ୍ରସାର ଦିଗରେ ଶ୍ରୀ ଭେଙ୍କଟେଶ୍ୱର କଲ୍ୟାଣ ବୈଭୋବମ୍ ଭଳି ବିରାଟ ଆୟୋଜନ କରି ଅଂଚଳବାସୀଙ୍କ ହୃଦୟରେ ବିଶେଷ ଆଦୃତ ହୋଇପାରିଛନ୍ତି । ଏହିସବୁ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଜନସମାଗମ, ତାଙ୍କର ସଂଯୋଜନା ଦକ୍ଷତାର ପରିଚୟ ଦିଏ । ବହୁମୂଖୀ ପ୍ରତିଭାର ଅଧିକାରୀ ଶ୍ରୀ ଡି.ମୂରଲୀ କ୍ରୀଷ୍ଣାଙ୍କର ଆ୍ମାତ୍ମିକ ଚେତନା, ନିଷ୍କପଟ ମନୋଭାବ ଓ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ତିରୁମାଲା ତିରୁପତି ଦେବସ୍ଥାନମ୍‌ର ଟ୍ରଷ୍ଟ୍ ବୋର୍ଡ୍ ର ବିଶେଷ ନିମନ୍ତ୍ରୀତ ସଦସ୍ୟ ରୂପରେ ତାଙ୍କୁ ମନୋନୀତ କରିବା ଓଡ଼ିଶାବାସୀଙ୍କ ପାଇଁ ଏକ ଗର୍ବର ବିଷୟ । 
ଏହି ଅଦ୍ଭୁତ ଅବକାଶ କୁ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କର ଦିବ୍ୟ ଆଶୀର୍ବାଦ ରୂପରେ ଗ୍ରହଣ କରି ସମର୍ପିତ ଭାବନାର ସହିତ ନିଜର ଦାୟିତ୍ୱ ନିର୍ବାହ କରିବେ ବୋଲି ଶ୍ରୀ ମୂରଲୀ କ୍ରୀଷ୍ଣା କହିଛନ୍ତି । ଏହି ସୂବର୍ଣ୍ଣ ସୁଯୋଗ ପାଇଁ ଆନ୍ଧ୍ରପ୍ରଦେଶ ରାଜ୍ୟ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ୱାଇ.ଏସ୍‌. ଜଗନ ମୋହନ ରେଡ୍ଡି ତଥା ଟି.ଟି.ଡି. ବୋର୍ଡ୍ ଚେୟାର୍‌ମେନ୍ ଶ୍ରୀ ୱାଇ.ଭି. ସୁବ୍ୱା ରେଡ୍ଡି ମହୋଦୟ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । 
ଓଡ଼ିଶାରେ ରହୁଥିବା ଲକ୍ଷ ଲକ୍ଷ ତେଲୁଗୁ ସମ୍ପ୍ରଦାୟ ତଥା ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କ ଭକ୍ତସମୂହଙ୍କ ତର‘ରୁ ପ୍ରତିନିଧି ଭାବରେ ଜଣେ ତେଲୁଗୁ ଲୋକପ୍ରିୟ ବ୍ୟକ୍ତି ରହିଲେ ଭଲ ହେବ ବୋଲି ଆନ୍ଧ୍ର ସରକାରଙ୍କୁ ଉପଦେଶ ଦେଇଥିବା ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶ୍ରୀ ମୂରଲୀ କ୍ରୀଷ୍ଣା ଆନ୍ତରିକତାର ସହିତ ଧନ୍ୟବାଦ ଦେଇଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍‌ତି କୁ ସର୍ବସମ୍ମତ ଭାବରେ ଅନୁମୋଦନ ଦେଇଥିବା ଭୁବନେଶ୍ୱର, କଟକ, ବ୍ରହ୍ମପୁର, ପାରଳାଖେମୁଣ୍ଡି, ସମ୍ବଲପୁର, ଝାରସୁଗୁଡ଼ା ସ୍ଥିତ ଆନ୍ଧ୍ରା କଲ୍‌ଚରାଲ୍ ଏସୋସିଏସନ୍‌ର ସଦସ୍ୟମାନଙ୍କୁ ତଥା ଏହି ଦିଗରେ ଉତ୍ସାହିତ କରିଥିବା ଅଂଚଳବାସୀଙ୍କୁ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ଧନ୍ୟବାଦ ଜ୍ଞାପନ କରିଛନ୍ତି ।
 


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026

You Might Also Like

           
  ଶି‍କ୍ଷା ଓ ନିଯୁକ୍ତି  

୯୩% ମାର୍କ ରଖ୍ ସଫଳତା ପାଇଲେ ସନ୍ଦୀପ

           
  ଶି‍କ୍ଷା ଓ ନିଯୁକ୍ତି  

ଆଜିଠାରୁ ହେବ ସକାଳୁଆ ସ୍କୁଲ