-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
16-Sep-2021
ବଲାଙ୍ଗୀର(ପ୍ରେରଣା ଖବର)- ଦୁର୍ଗତି ନାସିନି ମାଁ ଦୁର୍ଗାଙ୍କ ପୂଜା ପାଇଁ ସ୍ଥାନିୟ ଟିକ୍ରାପଡା ଦୁର୍ଗାପୁଜା କମିଟି ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ସ୍ଥାନୀୟ ଗାନ୍ଧପାଠାଗାର ରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଲମିଟିର ସଂପାଦକ ପ୍ରଦୀପ ସାହୁ ସମସ୍ତଙ୍କୁ ସ୍ୱାଗତ ଓ ନୁଆଁଖାଇ ଶୁଭେଚ୍ଛା ଜଣାଇବା ସହ ବିଗତ ବର୍ଷର ବିବରଣୀ ପାଠ କରିଥିଲେ । ପରେ ପରେ ସଂପାଦକ ସଭାପତିଙ୍କୁ ମଞ୍ଚ କାର୍ଯ୍ୟ ପରିଚାଳନା ସହିତ ଏବର୍ଷ ଅନୁଷ୍ଠିତ ହେବାକୁ ଦୁର୍ଗପୁଜା ପାଇଁ ଯୋଜନା ପ୍ରସ୍ତୁତ କରିବା ପାଇଁ ଅନୁରୋଧ କରିଥିଲେ । ବିଗତ ବର୍ଷ ଗୁଡିକିରେ ହୋଇ ଥିଭା ଭୂଲ ନ ଦୋହରାଇବା ସହ ଏବର୍ଷ କୋଭିଡ ନିୟମ ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ପୁରଣ କରାଯିବ । ସେହିପରି ଏବର୍ଷ ମଧ୍ୟ ଗାନ୍ଧୀ ପାଠାଗାର କମିଟି ପୂଜା ର ସମସ୍ତ ମୂଖ୍ୟ ଦାଇତ୍ୱ ବହନ କରିବ । ତଦ ଅନୁସାରେ ପ୍ରକାଶ ନେପାକ ସଭାପତି, ସନ୍ତକ ବହିଦାର ଉପସଭାପତି, ପ୍ରଦୀପ ସାହୁ ସଂପାଦକ, ଜିତେନ୍ଦ୍ର ନାଗ ସହ ସଂପାଦକ, ରାଜେନ୍ଦ୍ର ପାଣୀ କୋଷାଧ୍ୟକ୍ଷ ତୁଳାଇବେ । ତା ସହିତ ଏକ ୫ ଜଣିଆ ଏକ ଆୟୋଜକ କମିଟି ମଧ୍ୟ ଗଠନ କରାଯାଇଛି । ଉକ୍ତ କମିଟିରେ ଚିତ୍ତ ରଂଜନ ସାହୁ, ରିୟାଜ ଖାନ, ଟୁନା ହୋତା, ଅଜିତ ପଣ୍ଡା ଓ ପ୍ରବୀଣ ଦର୍ଜୀ ପ୍ରମୂଖ ରହିଛନ୍ତି । ଭଗବାନ ବଗର୍ତ୍ତି ଓ ବୈଷ୍ଣବ ସାହୁ ଉପଦେଷ୍ଟା ଭାବେ ଦାଇତ୍ୱ ତୁଲାଇବେ । ଆସନ୍ତା ରବିବାର ଦିନ ଗାନ୍ଧୀ ପାଠାଗାର ତରଫରୁ ପକ୍ଷରୁ ଏକ ନୁଆଁଖାଇ ଭେଟଗାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସୂଚନା ରହିଛି । ଆଜିର ଏହି କାର୍ଯ୍ୟକ୍ରମରେ ଗାନ୍ଧୀ ପାଠାଗାର ର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।