-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
16-Sep-2021
ବିନିକା(ହିମାଂଶୁ ଶେଖର ପୁଟେଲ) ସନ୍ଧ୍ୟାରେ ବିନିକା ମହାନଦୀ ବ୍ରିଜ ତଳୁ ଏକ ନବଜାତ ଶିଶୁକନ୍ୟାର ମୃତ ଦେହକୁ ବିନିକା ଅଗ୍ନିଶମ ବିଭାଗ ଓ ପୋଲିସ ବାହିନୀ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ରଖିଥିବା ଜଣାପଡିଛି l ଏନେଇ ବିନିକା ଥାନାରେ ଏକ ଅପ ମୃତ୍ୟୁ
ମାମଲା ଦାୟର ହୋଇଛି l ପୋଲିସ ସୂତ୍ରରୁ ପ୍ରକାଶ ଯେ ଉକ୍ତ ମୃତ ଶିଶୁ ପ୍ରାୟ ୩/୪ ଦିନ ତଳେ ଜନ୍ମ ହୋଇଥିବା ଅନୁମାନ କରାଯାଉଥିବା ବେଳେ ସମ୍ବଲପୁର ପଟରୁ ନଦୀର ବନ୍ୟା ପାଣିରେ ଭାସି ଆସିଥିବା ସନ୍ଦେହ କରାଯାଉଛି l ଆସନ୍ତାକାଲି ମୃତ ଶିଶୁର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଡାକ୍ତରଖାନା ସୂତ୍ରରୁ ସୂଚନା ମିଲିଛି