-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
16-Sep-2021
କଳାହାଣ୍ଡି
କୋକସରା(ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲାକୋକସରା ବ୍ଲକ ଅନ୍ତର୍ଗତ ଡାଳଗୁମା ଠାରେ ପୋଖରୀ ଠାରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର କରିଛି କୋକସରା ପୁଲିସ |ସୂଚନା ଅନୁଯାୟୀ ମୃତକ ଜଣକ ହେଉଛନ୍ତି ଡାଳଗୁମା ଗ୍ରାମ ର କମ୍ବୁ ମାଝୀ |ସ୍ତ୍ରୀ ଙ୍କ କହିବା ଅନୁଯାୟୀ ଗତ ମଙ୍ଗଳବାର ଦିନ ଗାଧୋଇ ବାକୁ ଆସି ଆଉ ଘରକୁ ଫେରି ନ ଥିଲେ |ପରିବାର ପକ୍ଷରୁ ଖୋଜା ଖୋଜି କରି ଥିଲେ ସୁଦ୍ଧା କୌଣସି ସନ୍ଧାନ ପାଇ ନ ଥିଲେ |ଆଜି ସକାଳୁ ଖବର ପାଇବା ପରେ ପରିବାର ଲୋକେ ଆସି ଶବ ଚିହ୍ନଟ କରିଥିଲେ |ଘଟଣା ସ୍ଥଳରେ କୋକସରା ପୁଲିସ ପହଂଚି ଶବ ଜବତ କରି ବ୍ଯବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର କୁ ପଠାଇଛନ୍ତି |