-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
16-Sep-2021
ଗଞ୍ଜାମ (ଉମା ମହାରଣା ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବେରୁଆଁ ବାଡ଼ି ପଞ୍ଚାୟତର ସାତନଳ ଗାଁ ରୁ ଆସିଛି ଏଇଭଳି ଦୃଶ୍ୟ।ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବାହାରେ ମଳତ୍ୟାଗ ନ କରିବାପାଇଁ ବହୁ ଯୋଜନା କରିଛନ୍ତି ।ଯେମିତି ସମସ୍ତେ ନିଜ ନିଜ ଘର ପାଖରେ ପାଇଖାନା (ଲେଟିନ) କରିବେ ଏଇ ବାବଦକୁ ୧୨୦୦୦ ଟଙ୍କା ସରକାର ଦେବା ପାଇଁ
ଘୋଷଣା ମଧ୍ୟ କଲେ । ବହୁ ଲୋକ ଏହାର ସୁବିଧା ମଧ୍ୟ ପାଇଲେ, କିନ୍ତୁ ବେରୁଆଁବାଡ଼ି ପଞ୍ଚାୟତ ର ସାତନଳ ଗାଁ ରେ ୧୫ରୁ ଉର୍ଦ୍ଧ ପରିବାର ଧାର ଉଦ୍ଧାର କରି ନିଜେ ନିଜେ ଲେଟିନ ତିଆରି କରି ମଧ୍ୟ ଏହି ସୁବିଧା ରୁ ବଞ୍ଚିତ ।ଆଜକୁ ପ୍ରାୟ ଅଢେଇ ବର୍ଷ ହେବ ବ୍ଲକ ଓ ସରପଞ୍ଚ
ପାଖକୁ ଧାଇଁ ଧାଇଁ ନୟାନ୍ତ ହୋଇସାରିଲେଣି କିନ୍ତୁ ଆଜି ଯାଏଁ ମିଳିଲା ନାହିଁ ଟଙ୍କା ।ଏଠି ଭୁଲ କାହାର ?ଯୋଉମାନେ ଲେଟିନ ତିଆରି କରିଛନ୍ତି ସେଇମାନଙ୍କର ନା ପ୍ରଶାସନ ର ନା ସ୍ଥାନୀୟ ସରପଞ୍ଚ ଙ୍କର ଏଇ ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାପାଇଁ ଦାବି ହୋଉଛି ।