-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
15-Sep-2021
ବଲାଙ୍ଗୀର,(ପ୍ରେରଣା ଖବର ):ପୁଇଁତଲା ବ୍ଲକ ର ଭାଲେର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଫଟକରା ଗ୍ରାମର ସୁଧାଂଶୁ ନାଏକ ନାମକ ଜଣେ୧୮ ବର୍ଷୀୟ ଯୁବକ ତାଙ୍କ ଜମି ରେ ଲାଗିଥିବା ପାଣିପମ୍ପ ଦେଖିବା ପାଇଁ ଗତ ମଙ୍ଗଳବାର ଦିନ ଯାଇବନ୍ୟା ଜଳ ରେ ଭାସିଯାଇଥିଲେ । ଅନେକ ଖୋଜା, ଖୋଜି ସତ୍ୱେ ତାଙ୍କର କିଛି ସୂଚନା ମିଳୁ ନ ଥିଲା । ତାଙ୍କୁ ଗ୍ରାମବାସୀ, ଓଡ୍ରାଫ୍ଟ ଟିମ୍, ଅଗ୍ନିଶମ ବିଭାଗ, ତହସିଲଦାର ତଥା ପୁଇଁନ୍ତଲା ଥାନା କର୍ମଚାରୀ ଙ୍କ ମିଳିତ ଉଦ୍ୟମରେ ଆଜି ସକାଳ ୯ଟା ୨୦ମିନିଟରେ ତାଙ୍କ ଶବ କୁ ଠାବ କରାଯାଇଛି ।
ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜିଲ୍ଲା ର ତଳି ଅଞ୍ଚଳରେ ଥିବା ଜମି ର ଚାଷ ନଷ୍ଟ ହୋଇଯାଇଥିବା ପ୍ରକାଶ ପାଇଛି । ସେହିପରି ଉକ୍ତ ମୃତ ସୁଧାଂଶୁ ତାଙ୍କ ଜମି ରେ ଲାଗିଥିବା ପାଣିପମ୍ପ କୁ ଉଦ୍ଧାର କରିବା ପାଇଁ ଯାଇ ୧୮ ବର୍ଷୀୟ ଛାତ୍ର ସୁଧାଂଶୁ ନାଏକ ବନ୍ୟା ଜଳରେ ଭାସି ଯାଇଥିଲେ । ବନ୍ୟା ଜଳ ରେ ତାଙ୍କ ଜମି ରେ ଲାଗିଥିବା ପାଣିପମ୍ପ କୁ ବନ୍ୟା ଜଳ ରେ ଭାସି ନ ଯାଉ ବୋଲି ଉକ୍ତ ପମ୍ପ ଆଣିବାକୁ ଯାଇଥିଲେ । ହେଲେ ଉଦ୍ଧାର କରିବା ପାଇଁ ନାଳକୁ ଯାଇ ନିଜେ ବନ୍ୟା ଜଳ ରେ ଭାସି ଅକାଳ ମୃତ୍ୟୁ ର ଶିକାର ହୋଇଥିଲେ । ତାଙ୍କ ଶବ ଉଦ୍ଧାର ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।