-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
14-Sep-2021
ବଲାଙ୍ଗୀର (ପ୍ରେରଣା ଖବର ):ଆଜି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ି ଥିଲା l କେତେକ ସ୍ଥାନରେ ଗଛ ସବୁ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ବିଦ୍ୟୁତ ସରୋବରାହ ଅନେକ ସମୟ ଧରି ବନ୍ଦ ରହିଥିଲା l ଅତ୍ୟଧିକ ବର୍ଷା ଯୋଗୁଁ ସତ୍ୟନାରାୟଣ ପଡା,ଗୋକୁଳ ଧାମ, ମାଲପଡା , ମହାଲକ୍ଷ୍ମୀ ନଗର, ଶାନ୍ତି ପଡା ତୁଳସୀନଗର ର ତଳି ଅଂଚଳ ସହ ସହରର ତଳିଆ ଅଂଚଳ ସବୁ ଘୋର ପ୍ରଭାବିତ ହେଵା ସହ ଘରକୁ ବର୍ଷା ପାଣି
ପଶିଥିଲା l ପାଣି ଘେରରେ ରହିଥିବା ଲୋକଙ୍କ ପାଖରେ ଆଜି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ପହଂଚି ଥିଲେ l
ତୁଳସୀ ନଗର ଅଂଚଳର ପାଣିଘେରରେ ରହିଯାଇଥିବା ଲୋକଙ୍କୁ ବିଧାୟକ ଶ୍ରୀ ମିଶ୍ର ରିଲିଫ ଯୋଗେଇବା ପାଇଁ ଉପସ୍ଥିତ ଥିବା ଉପଜିଲ୍ଲାପାଳଙ୍କୁ
ନିର୍ଦେଶ ଦେଇଥିଲେ l ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ପୂର୍ବ ରୁ ଦାବୀ କରିଥିବା ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଦାବିକୁ ବିଧାୟକ ଶ୍ରୀ ଦୋହରାଇ ଥିଲେ l