-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
14-Sep-2021
ଲୋଇସିଂହା, (ବିନୋଦ କୁମାର ଦୀପ ): ଲୋଇସିଂହା ବ୍ଲକ ମୁଖ୍ୟlଲୟ ଲୋଇସିଂହା ସହରର ପରିମଳ ବ୍ୟବସ୍ତା ବିପର୍ଯସ୍ତ ହୋଇପଡିଛି l ଏହାର ପ୍ରତିକାର ଲାଗି ପଂଚାୟତ ତଥା ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ l ଏ ବିଷୟକୁ ନେଇ ଚିନ୍ତାପ୍ରକାଶ କରି ଆଲୋଚନା କରିଛି ସ୍ଥାନୀୟ ସାମ୍ବାଦିକ ସଂଘ l ସୋମବାର ଦିନ ସଙ୍ଘର ଏକ ପ୍ରତନିଧି ମଣ୍ଡଳୀ ସ୍ଥାନୀୟ ଥାନାଧିକାରୀ ଉମାକାନ୍ତ ଜେନାଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି l ଏହି ଘଟଣା ସମ୍ପର୍କରେ ବିଡ଼ିଓ, ତହସିଲଦାର ଓ ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରାଇବେ ବୋଲି
ଥାନାଧିକାରୀ ଶ୍ରୀଯୁକ୍ତ ଜେନା ପ୍ରକାଶ କରିଛନ୍ତି l ଏହାସହ ରାସ୍ତା କଡରେ ମଇଳା ଆବର୍ଜନା ପକାଉଥିବା ହୋଟେଲ ବ୍ୟବସାୟୀଙ୍କୁ ନୋଟିସ କରାଯିବ ବୋଲି ସେ କହିଛନ୍ତି l ଶ୍ୟାମସୁନ୍ଦର ମେହେର, ସୁଶାନ୍ତ ବାରିକ, ସରୋଜ ବିଶ୍ୱାଳ, ପ୍ରକାଶ ସାହୁ ପ୍ରମୁଖ ଥାନାଧିକାରୀଙ୍କୁ ଭେଟିଥିଲେ l ତିନି ଦିନ ମଧ୍ୟରେ ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆ ନଗଲେ ବ୍ଲକ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ସାମ୍ବାଦିକ ସଂଘ l