-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
14-Sep-2021
ଵିନିକା:(ହିମାଂଶୁ ଶେଖର ପୁଟେଲ) ଲଘୁଚାପ ଜନିତ ଲଗାଣ ବର୍ଷା ଗତ ରବିବାର ରାତି ଠାରୁ ଲାଗିରହିଥିବାରୁ ସମ୍ପ୍ରତି ବିନିକା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ରାସ୍ତାଘାଟ ଶୂନଶାନ ହୋଇପଡିଛି l ଅନବରତ ଭାବେ ବର୍ଷା ଜାରି ରହିଥିବାରୁ ଘରୁ କେହି ବାହାରି ପାରୁ ନାହାନ୍ତି l ରାସ୍ତାଘାଟ ସବୁଆଡେ ପାଣିର ସୁଅ ଛଟୁଛି l ବିଶେଷ କରି ଚାଷଜମି ଜଳମଗ୍ନ ହୋଇ ଯାଇଥିବାରୁ ଡୁନିଆକୁ ଯୋଗାଉଥିବା ଆହାର ଚାଷୀ ପାଇଁ ଚିନ୍ତାର କାରଣ ସାଜିଛି l ଅନିୟମିତତା ବର୍ଷା ଓ ବିଳମ୍ବିତ ରୁଆ ବିହୁଡ଼ା ଯୋଗୁଁ ଚାଷଜମିର ଧାନ ଗଛ ଗୁଡ଼ିକ ପାଣିରେ ବୁଡି ଯାଇଥିବାରୁ ଚାଷୀ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି l ଅନ୍ୟପକ୍ଷରେ ବିଦ୍ୟୁତ କାତ୍
କାଟ ସମସ୍ୟା ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ରେଡ୍ ୱର୍ଣିଂ ଜାରି ହୋଇଥିବାରୁ ପ୍ରକୃତରେ ବର୍ଷା ଯଦି ଜାରିରୁହେ ତେବେ ଧାନ ଗଛ ଗୁଡ଼ିକ ପାଣିରେ ବୁଡି କୁହି ନଷ୍ଟ ହେବାର ଅସଙ୍କଟ ରହିଥିବାରୁ ଚାଷୀକୁଳ ପ୍ରତି ବିଶେଷ ପ୍ରଭାବ ପକାଇବ ଏଥିରେ ସନ୍ଦେହ ନାହିଁ l