-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
14-Sep-2021
ଟିଟିଲାଗଡ଼ (ପ୍ରେରଣା ଖବର)::ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଖୋଲନ ଗ୍ରାମରେ କିଛି ଦୁର୍ବୃତ୍ତ ଘରେ ପଶି ଦୁଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରି ଗୁରୁତର ଆହତ କରିଦେଇଥିବା ଅଭିଯୋଗ ହୋଇଛି । ସୂଚନାନୁଯାଇ ଗତ ରାତି ପ୍ରାୟ ୯ ଟା ସମୟରେ ଉକ୍ତ ଗ୍ରାମର ସିଲା ନାଏକ (ବ-୩୦) ନାମ୍ନୀ ମହିଳା ଓ ତାଙ୍କ ଶାଶୁ ଡମେନ ନାଏକ (ବ-୫୦) ଦୁଇ ଜଣ ମହିଳା ଘରେ ଏକୁଟିଆ ଥିବା ବେଳେ ଖୋଲନ ଗ୍ରାମର ମନୋହର ରଣା(ବ-୫୦),ପାର୍ଥ ରଣା (ବ-୫୪),ସଞ୍ଜୟ ରଣା (ବ-୨୨),ମୁକ୍ତା ରଣା (ବ-୪୦) ନାମକ ଚାରି ଜଣ ଘରେ ପଶି ବିଭିନ୍ନ ମାରଣାସ୍ତ୍ର ସହ ଆକ୍ରମଣ କରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ଆହତ କରି ଫେରାର ହୋଇଯାଇଥିଲେ । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ କୁ ଆଣି ଭର୍ତ୍ତି କରାଯାଇଛି । ତେବେ ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ଡାକ୍ତର ବଲାଙ୍ଗୀର ଜିଲ୍ଲା ମ୍ୟାଡିକାଲ କଲେଜ ଡାକ୍ତରଖାନାକୁ
ସ୍ଥାନାନ୍ତର କରିଥିବା ଜଣାଯାଇଛି । ଉକ୍ତ ଆକ୍ରମଣ କାରି ପୂର୍ବରୁ ଘରୋଇ ବିବାଦ କୁ ନେଇ ଗାଳିଗୁଲଜ କରି ଆସୁଥିବା ବେଳେ ରାଗ ରଖି ଏପରି ଆକ୍ରମଣ କରିଥିବା ନେଇ ଟିଟିଲାଗଡ଼ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ସବିଶେଷ ତଦନ୍ତ ସହ ଅଭିଯୁକ୍ତ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି ।