-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
03-Sep-2021
ଲୋଇସିଂହା, (ବିନୋଦ କୁମାର ଦୀପ): ଲୋଇସିଂହା ଆଦିବାସୀ ଭବନ ଠାରେ ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଲୋଇସିଂହା ୱାର୍ଲଡଭିଜନ ଶାଖା ପରିଚାଳକ ମୁଖ୍ୟ ଅମିନ ପାଣିଗ୍ରାହୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟଅତିଥି ଏବିଡିଓ ବିଜୟ କୁମାର ହୋତା ଶିଶୁ ଅଧିକାର ସହ କରୋନାରେ ବାପା ମା ହରାଇଥିବା ସରକାରଙ୍କ ଆଶୀର୍ବାଦ ଯୋଜନା ବିଷୟରେ ଆଲୋଚନା କରିଥିଲେ l ସିଡିପିଓ ପ୍ରଜ୍ଞାରାଣୀ ବାରିକ ସମ୍ମାନିତ ଅତିଥିଭାବେ ଯୋଗଦେଇ ଶିଶୁସୁରକ୍ଷା ବିଷୟ ସହ ଅଙ୍ଗନବାଡିକର୍ମୀଙ୍କ ଦ୍ୱାରା ୧୧ଟି ବାଲ୍ୟବିବାହକୁ ବନ୍ଦ
କରିଥିବାର ସେ ଦର୍ଶାଇଥିଲେ l ଗ୍ରାମାଞ୍ଚଳରୁ ଆସିଥିବା ଗରୀବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସ୍କୁଲ ଦୂରତାକୁ ଦେଖି ୬୦ଟି ସାଇକେଲ ବଣ୍ଟନ କରାଯାଇଥିଲା l ତା ସହ ଆଜିଠାରୁ ୧୨ଟି ପଂଚାୟତକୁ ଶିଶୁ ସମ୍ପର୍କ ପ୍ରଚାର ରଥ ସଚେତନତା ଲାଗି ଆରମ୍ଭ କରାଗଲା l କାର୍ଯ୍ୟକ୍ରମକୁ ପୌରାହିତ୍ୟ କରିଥିଲେ ଇସ୍ମାଇଲ ହନୁମାନ, ସାମୁଏଲ ରାଉଳ, ଧ୍ରୁବଚରଣ ସାମଲ, ଶଙ୍କର ନାଦନ ପ୍ରମୁଖ l