-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
15-Aug-2021
ସାଲେଭଟା, (ପ୍ରେରଣା ଖବର)-ସ୍ଥାନୀୟ ସାଲେଭଟା ପ୍ରାଥମିକ ବିଦ୍ୟାଳୟରେ ୭୫ତମ ସ୍ୱାଧିନତା ଦିବସ ନିରାଡମ୍ବରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ଦୂର୍ଯ୍ୟୋଧନ ପଶାୟତ ଜାତୀୟ ପତାକା ଉତୋଳନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ସ୍ୱାଧିନତାର ୭୫ ବର୍ଷ ପୂର୍ତି ଅବସରରେ ବିଦ୍ୟାଳୟରେ ଅମୃତ ମହୋତ୍ସବ ସୀମିତ ଶିକ୍ଷକ, ପରିଚାଳନା କମିଟି ସଦସ୍ୟ, ଅଙ୍ଗନକ୍ୱାଡି କର୍ମିଙ୍କ ସମାବେଶରେ ପାଳିତ ହୋଇଯାଇଛି । କରୋନା କଟକଣାରେ ପିଲାମାନଙ୍କ ଅନୁପସ୍ଥିତିରେ ସ୍କୁଲ ଖାଁ ଖାଁ ଲାଗୁଥିଲେ ମଧ୍ୟ ସମସ୍ତ ଶିକ୍ଷକ ଓ ଅଭିଭାବକ ମାନଙ୍କ ପ୍ରଚେଷ୍ଟାରେ ଜୀବନ ଏବଂ ଶିକ୍ଷାର ନୂଆଁ ଆଶାର କିରଣ ସମ୍ବଳିତ ମସେଜ ଛାତ୍ରଛାତ୍ରୀ ମାନଙ୍କୁ ଓା୍ୱଟସଏପ ମାଧ୍ୟମରେ ପ୍ରେରଣ କରାଯାଇଥିଲା । ଏହି ଅବସରରେ ଦିବସକୁ ସ୍ମରଣୀୟ କରିବା ନିମନ୍ତେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ, ଶିକ୍ଷିକା ଓ ପରିଚାଳନା କମିଟି ସଦସ୍ୟ ବିରଜା ନନ୍ଦ ପାଢୀ, କୁନ୍ତି ପଧାନ, ଗୁରୁବାରୀ ପଧାନ, ଅଳକା ପଣ୍ଡା, ଧରିତ୍ରୀ ସାହୁ, ସୀତୟା ପଧାନ, କାଂଚନ ହୋତା, ଗୋବିନ୍ଦ ଭୋଇ, ବିନୟା ସାହୁ, ଲିଲୀ ରଣା, ରୁଦ୍ରକାନ୍ତ ମେହେର, ଦାମୋଦର ମେହେର, ଅନନ୍ତ ମେହେର, ବିଶ୍ୱଜିତ ବରିହା , କରମସିଂ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।