-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
15-Aug-2021
ବଲାଙ୍ଗୀର/ଟିଟିଲାଗଡ଼:ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ୭୫ ତମ ସ୍ୱାଧୀନତା ଦିବସ ସ୍ଥାନୀୟ ହାଇସ୍କୁଲ ସ୍ଥିତ ଖେଳ ପଡ଼ିଆରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଉପଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ ସକାଳ ୯-୧୫ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସକାଳ୪-୩୦ ମିନିଟ ସମୟରେ ରାମଧୂନ ପରିବେଷଣ କରାଯାଇଥିଲା । ସକାଳ ୭ଘଣ୍ଟା ୩୦ ମିନିଟ ସମୟରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । କୋଭିଡ ୧୯ ଗାଇଡ଼ ଲାଇନ ଓ ଗୃହ ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ବିଭାଗର କୋଭିଡ ଯୋଦ୍ଧା ମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏହି କ୍ରମରେ ଟିଟିଲାଗଡ଼ ସ୍ୱାସ୍ଥ୍ୟ ବିଭାଗ ର ୧୦ ଜଣ,ପୌରପରିଷଦ ର ୧୨ ଜଣ ଏବଂ ଟିଟିଲାଗଡ଼ ପୋଲିସ ବିଭାଗ ର ୧୨ଜଣ ଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି ।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗର ଅଧିକାରୀ,ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡ଼ଃ ଲଳିତ ବାଗ କାର୍ଯ୍ୟକ୍ରମ କୁ ପରିଚାଳିତ କରିଥିଲେ ।