-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
11-Aug-2021
ସୋନପୁର(ମନୋରଞ୍ଜନ ତ୍ରିପାଠୀ) : ଆଜି ବୌଦ୍ଧ ଜ଼ିଲ୍ଲା ମନମୁଣ୍ଡା ଶ୍ରୀ ସୁବର୍ଣ୍ଣମେରୁ ଶୈବ ପୀଠ ଠାରେ ସୁବର୍ଣ୍ଣପୁର ଓ ବୌଦ୍ଧ ଅଞ୍ଚଳର ରକ୍ତଦାତାଙ୍କ ସକାଶେ ସ୍ବେଚ୍ଛାକୃତ ରକ୍ତ ଦାତା ପରିଚୟ ପତ୍ର ଉନ୍ମୋଚନ କରାଯାଇଅଛି l ରାଜ୍ୟ ରକ୍ତଦାତା ସଂଘ ସୁବର୍ଣ୍ଣପୁର ଶାଖା ସଭାପତି ମନୋଜ କୁମାର ପଣ୍ଡାଙ୍କ ଦ୍ୱାରା ଆୟୋଜିତ ଏହି ମହତ କାର୍ଯ୍ୟକ୍ରମକୁ ସ୍ଵଚ୍ଚଭାରତ ସଂଗଠନ ସୋନପୁର -ମନମୁଣ୍ଡାର କାର୍ଯ୍ୟକର୍ତ୍ତା ଉନ୍ମୋଚନ କରିଥିବା ବେଳେ ଉଭୟ ଜ଼ିଲ୍ଲାର ରକ୍ତଦାତlଙ୍କ ସ୍ୱତନ୍ତ୍ର ପରିଚୟ, ସୁରକ୍ଷା ସମ୍ମାନ, ରକ୍ତ ସଙ୍କଟ ବେଳେ ରାଜ୍ୟର ସମସ୍ତ ସରକାରୀ ବେସରକାରୀ ମେଡିକାଲ ସମେତ ସବୁ ସ୍ତର ରେ ପରିବାର ସମ୍ପର୍କୀୟ ଙ୍କ ଲାଗି ସ୍ୱତନ୍ତ୍ର ସୁବିଧା ସୁଯୋଗ ଓ ରକ୍ତଦାତାଙ୍କୁ ଉତ୍ସାହିତ କରିବା ପାଇଁ ଆୟୋଜନ କରିଥିବା ରାଜ୍ୟ ରକ୍ତଦାତା ସଂଘର ଏଭଳି ଅଭିନଵ ପ୍ରୟାସକୁ ସ୍ୱଚ୍ଛ ଭାରତ ସଂଗଠନର ସଭାପତି ଲଷ୍ମୀନାରାୟଣ ମେହେର, ଉପଦେଷ୍ଟା ପ୍ରଦୀପ ପୁରୋହିତ, ଅଧ୍ୟକ୍ଷ ସୟଦ ଅଳିମୁଲ ଇସଲାମଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ଉଭୟ ଜ଼ିଲ୍ଲାର ବୁଦ୍ଧିଜୀବୀ ଖୁବ ପ୍ରଶଂସା କରିଛନ୍ତି l ଆଜିର ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛଭାରତ ସଂଗଠନ ର ଉପଦେଷ୍ଟା ତଥା ପ୍ରାକ୍ତନ ମସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ଗରିବ ଲୋଈ, ଗଦାଧର ବାରିକ, ବିନୋଦ ମେହେର, ଉପ -ସଭାନେତ୍ରୀ ଇନ୍ଦୁ ମତୀ ପୁରୋହିତ, ପ୍ରହଲ୍ଲାଦ ମିଶ୍ର, ତରଣୀ ମେହେର, ପ୍ରଫୁଲ୍ଲ ନାଏକ, ସୌରଭ ଖମାରୀ, ନାରାୟଣ ରଥ, ସୁଦାମ ନାଏକ, ପ୍ରମୋଦ ସାହୁ, ବାସନ୍ତୀ ମେହେର, ମନୋରଞ୍ଜନ ତ୍ରିପାଠୀ, ତ୍ରିଲୋଚନ ତରିଆ, ଗଣେଶ ତରିଆ, ଜୟନାରାୟଣ ସାହୁ, ଜୟନ୍ତ ବେହେରା, ସଂଗୀତା ନାଏକ, ପ୍ରମୁଖ ସାମିଲ ଥିଲେ l ବୌଦ୍ଧ ଅଞ୍ଚଳର ଶହ ଶହ ରୋଗୀ ପ୍ରତ୍ୟହ ସୁବର୍ଣ୍ଣପୁର ମେଡିକାଲ ଉପରେ ନିର୍ଭର କରିଆସୁଛନ୍ତି l ରକ୍ତର ଅଭାବ ବେଳେ କିନ୍ତୁ ବୌଦ୍ଧ ଅଞ୍ଚଳ ରେ ରକ୍ତ ଦାନ ଶିବିର ଆୟୋଜନ କରିବାକୁ ବୌଦ୍ଧ ପ୍ରଶାସନ ସ୍ୱାଗତ କରି ଅନୁମତି ଦେଉଥିବା ବେଳେ ସୁବର୍ଣ୍ଣପୁର ମେଡିକାଲ କର୍ତୃପକ୍ଷ ଅନୁମତି ନ ଦେବା ସହଯୋଗ ନ କରିବା ବଡ଼ ଦୁଃଖ ଓ ପରୀତାପ ର ବିଷୟ ବୋଲି ଏଠାରେ ଉପସ୍ଥିତ ବୁଦ୍ଧିଜୀବୀ ଜ଼ିଲ୍ଲା ପ୍ରଶାସନକୁ ସମାଲୋଚନା କରିଛନ୍ତି l