-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
11-Aug-2021
ଡୁଙ୍ଗୁରିପାଲି,(ପ୍ରେରଣା ଖବର)-ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାରେ ପ୍ରଧାନ ଶିକ୍ଷକ ମନୋଜ କୁମାର ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଦିବସୀୟ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡୁଙ୍ଗୁରିପାଲି ସିଏଚ୍ସି ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମେଡିକାଲ ଅଫିସର ଡା.ଆଶିଷ କୁମାର ଗୋୟଲ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟ ସଂପର୍କିତ ବିକାଶର ସ୍ତର ଆକଳନ କରିଥିଲେ । ପିଲାମାନେ ମୌସୁମୀ ଋତୁ ସମୟରେ ବର୍ଷାରେ ନ ଭିଜିବା, ନିଜ ଶରୀରକୁ ପରିଷ୍କାର ପରିଚ୍ଛନ୍ନ କରିବା, ପୃଷ୍ଟିକର ଖାଦ୍ୟ ଖାଇବା, ଯଥେଷ୍ଟ ପାଣି ପିଇବା ଭଳି ବ୍ୟକ୍ତିଗତ ଅଭ୍ୟାସକୁ ଆପଣାଇବା ସହିତ ସାଂପ୍ରତିକ କରୋନା ପରିସ୍ଥିତିର ଉଚିତ ମୁକାବିଲା କରିବା ଉଦ୍ଦେଶ୍ୟରେ ବାରାମ୍ବାର ହାତକୁ ୨୦ରୁ ୪୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା, ସାମାଜିକ ଦୂରତା ପାଳନ କରିବା, ମାସ୍କ ପରିଧାନ କରିବା, ଅଯଥା ଗହଳିରେ ସାମିଲ ନ ହେବା ଭଳି ବିଭିନ୍ନ ସତର୍କତା ମୂଳକ ପଦ କ୍ଷେପ ଗ୍ରହଣ କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ଡା. ଶ୍ରୀଗୋୟଲ ବୁଝାଇଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତଥା ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଡୁଙ୍ଗୁରିପାଲି ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଅନୁପମା ସାହୁ, ଏଏନ୍ଏମ୍ ବୀଣା ସାମଲ, ସ୍ୱାସ୍ଥ୍ୟକର୍ମୀରବିନ୍ଦ୍ର ପୁଟେଲ, ଶିକ୍ଷକ ନନ୍ଦିଘୋଷ ବାରିକ, ପ୍ରହଲ୍ଲାଦ ଦାଶ, ସ୍କାଉଟ ମାଷ୍ଟର ତଥା ବିଜ୍ଞାନ ଶିକ୍ଷକ ଦିନବନ୍ଧୁ ପ୍ରଧାନ, ମୀନକେତନ ଦାଶ, ବିଭୀଷଣ ଖମାରୀ ପ୍ରମୁଖ ସହଯୋଗ କରିଥିଲେ ।