-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
10-Aug-2021
କେନ୍ଦ୍ରାପଡା (ଶିବପ୍ରସାଦ ସେନାପତି) : କରୋନା ମହାମାରୀ ସାଙ୍ଗକୁ ରକ୍ତ ଅଭାବ ।ଏହାକୁ ଦୁର କରିବା ପାଇଁ ଆଗେଇ ଆସିଛନ୍ତି ବିଜୁ ଯୁବ ଜନତା ଦଳ କର୍ମୀମାନେ।
ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ଚାନ୍ଦୋଳ ବଜାର ରେ ଥିବା ସାଇ ଶ୍ରୀୟଂସୁ ମଣ୍ଡପରେ ଓଡ଼ିଶା ମୋ ପରିବାର ଓ ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ କରାଯାଇଛି। ଏହି କାର୍ଯ୍ୟକ୍ରମ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ରାଜେଶ ଦାସଙ୍କ ଦ୍ଵାରା ଆୟୋଜିତ କରିଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସଞ୍ଜୟ ଅଗ୍ରୱଲା। ଯୋଗ ଦେଇଥିଲେ ଏହି ରକ୍ତ ଦାନ ଶିବିରରେ ଶତାଧିକ ରକ୍ତଦାତା ମାନଙ୍କୁ ଦେଖିବାକୁ ମିଳିଥିଲା ଏବଂ ସମସ୍ତ ରକ୍ତଦାତା ମାନଙ୍କୁ
ସେମାନଙ୍କ ରକ୍ତଦାନର ପ୍ରମାଣ ପତ୍ର ମୁଖ୍ୟ ଅତିଥି ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବହୁତ କର୍ମୀ ମାନେ ଯୋଗଦାନ କରିଥିଲେ।
ସମସ୍ତ ରକ୍ତଦାତା ମାନଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି ତଥା ଯୁବ ନେତା ରାଜେଶ ଦାସ ସଭିଙ୍କୁ କୃତଜ୍ଞତା ଜଣାଇଛନ୍ତି।ଯୁବ ନେତା ରାଜେଶ ଦାସଙ୍କ ଏହି କାର୍ଯ୍ୟକ୍ରମକୁ ବୁଦ୍ଧଜୀବୀମାନେ ପ୍ରଶଂସା କରିଛନ୍ତି।