-+91-9937148622 |

prerana_bgr@rediffmail.com |

  Tuesday 30th June 2026 |

| | | |

R.N.I. Regd No. ODIODI/2010/46693

Breaking News

ନୂତନ ଏସ୍‌ଏମ୍‌ସି ଗଠନ ପାଇଁ ସିଆରସିସିଙ୍କ ବିଦ୍ୟାଳୟ ପରିଦର୍ଶନ   (30-Jun-2026)       ||      ବରପାଲି ସ୍ଥିତ ଗଙ୍ଗାଧର ମେହର କ୍ଲବରେ ସ୍ୱର୍ଗତ ଭଗବାନସାହୁଙ୍କ ୯୬ ତମ ଜୟନ୍ତୀ ଉତ୍ସବ ପାଳିତ   (30-Jun-2026)       ||      ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ*   (30-Jun-2026)       ||      ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା    (29-Jun-2026)       ||      ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   (29-Jun-2026)       ||      ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   (29-Jun-2026)       ||      ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   (29-Jun-2026)       ||      ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   (29-Jun-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   (29-Jun-2026)       ||      ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   (29-Jun-2026)       ||      କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   (29-Jun-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    (29-Jun-2026)       ||      ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ   (29-Jun-2026)       ||      *ମଦ ବିକ୍ରୀ ବନ୍ଦ ସହ ଗ୍ରାମ ର ବିଭିନ୍ନ ସମସ୍ୟା ନେଇ ମହିଳାଙ୍କ ବଜ୍ର ଶପଥ*   (29-Jun-2026)       ||      ବାଟରେ ଅଟକିଗଲା ଆମ୍ବୁଲାନ୍ସ, ଏକ କିଲୋମିଟର ଦୂରକୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ   (29-Jun-2026)       ||      ଅତାବିରାରେ କାର୍ଯ୍ୟକର୍ତ୍ତାଙ୍କ ସହ ମନ୍ କି ବାତ୍‌ର ୧୩୫ତମ ସଂସ୍କରଣ ଶୁଣିଲେ ସାଂସଦ ପ୍ରଦୀପ ପୁରୋହିତ   (29-Jun-2026)       ||      ବରପାଲି ପୋଲିସର ସଫଳତା: ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ମୋଟରସାଇକେଲ ଉଦ୍ଧାର   (29-Jun-2026)       ||     

HOME   ଜିଲ୍ଲା

ସାମ୍ବିଧାନିକ ନାର୍ଯ୍ୟ ଅଧିକାର ଦାବି ନେଇ ଜ଼ିଲ୍ଲା ଓବିସି ମଞ୍ଚ, ସମ୍ବଲପୁର ପକ୍ଷରୁ ରାଷ୍ଟ୍ରପତି ଏବଂ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ

10-Aug-2021



ସମ୍ବଲପୁର,(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ଭାରତ ପରି ଏକ ଗଣତାନ୍ତ୍ରିକ ଦେଶ ରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓଵିସି)  ମାନେ ମୋଟ ଜନସଂଖ୍ୟାର ୫୨ ପ୍ରତିଶତ ରୁ ଉର୍ଦ୍ଧ ରହିଛନ୍ତି I ସମସ୍ତ କ୍ଷେତ୍ରରେ ଏହି ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମାନଙ୍କ ପାଇଁ ୨୭ ପ୍ରତିଶତ ଆରକ୍ଷଣ ପାଇଁ ମଣ୍ଡଳ କମିଶନ ସୁପାରିସ କରିବାର ଆଜକୁ ୩୧ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବାରେ ଉଭୟ କେନ୍ଦ୍ର ଓ଼ ରାଜ୍ୟ ସରକାର ଟାଟାଟୁଲ ନୀତି ଅବଲମ୍ବନ କରିଆସୁଛନ୍ତି I ଏହି ପରିପ୍ରେକ୍ଷୀରେ ଆଜି ଭାରତ ଛାଡ଼ ଆନ୍ଦୋଳନ ର ୮୦ ତମ ବର୍ଷ ପୂର୍ତ୍ତି ଅବସରରେ ଜ଼ିଲ୍ଲା ଓବିସି ମଞ୍ଚ ସମ୍ବଲପୁର ପକ୍ଷରୁ ଅନନ୍ୟା ପଛୁଆ ବର୍ଗ ଙ୍କ ଜନଗଣନା କୁ ସୁନିଶ୍ଚିତ କରିବା, ଜନ ଗଣନା ନ ହେବା ପର୍ଯ୍ୟନ୍ତ ଶତକଡ଼ା ୨୭ ପ୍ରତିଶତ ସଂରକ୍ଷଣ ଉଭୟ ଶିକ୍ଷା ଓ ସରକାରୀ, ବେସରକାରୀ ଚାକିରୀ, ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଠୁ ଆରମ୍ଭ କରି ଜ଼ିଲ୍ଲା ପରିଷଦ, ବିଧାୟକ ଓ଼ ସାଂସଦ ନିର୍ବାଚନ ରେ ପ୍ରଦାନ କରିବା, ନିଟ୍ ପରୀକ୍ଷା ରେ ଗତ ଚାରି ବର୍ଷ ମଧ୍ୟରେ ଡାକ୍ତରୀ ସିଟ୍ ରୁ ବାଦ ପଡ଼ିଥିବା ୧୧୦୨୭ ସିଟ୍ କୁ ଆଗାମୀ ୪ ବର୍ଷ ମଧ୍ୟରେ ପୂରଣ କରିବା ଦାବି କରାଯାଇଛି I ଏହା ସହିତ ଓଡିଶା ରେ ଓବିସି ଙ୍କ ପାଇଁ ଉଚ୍ଚଶିକ୍ଷା ତଥା ସରକାରୀ ଚାକିରୀ ରେ କୌଣସି ସଂରକ୍ଷଣ ବ୍ୟବସ୍ଥା ନାହିଁ I ଏସଇଵିସି ନାମରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଓବିସି ଙ୍କ ପାଇଁ ନୁହେଁ I ଏଣୁ ସ୍ୱତନ୍ତ୍ର ଆଇନ କରି ଏସଇଵିସି ତାଲିକାରୁ ଓବିସି କୁ ବାଦ ଦେଇ ୨୭ ପ୍ରତିଶତ ସଂରକ୍ଷଣକୁ କାର୍ଯ୍ୟକାରୀ କରିବା ଏବଂ ପ୍ରତ୍ୟେକ ୬ ମାସରେ ଓବିସି ମାନଙ୍କୁ ଯେଉଁ ଦୁଇ ପ୍ରକାର ଜାତି ସାର୍ଟିଫିକେଟ ନାମରେ ହଇରାଣ କରାଯାଉଛି, ତାହା ବନ୍ଦ କରି କେବଳ ଓବିସି ସାର୍ଟିଫିକେଟ କୁ ସ୍ୱୀକୃତି ଦେବା, ଜନ୍ମ ସାର୍ଟିଫିକେଟ ରେ ବର୍ଗ ଉଲ୍ଲେଖ କରିବା ଦାବି ହୋଇଛି I ୨୦୧୫ ମସିହା ଓ଼ପିଏସସି ପରୀକ୍ଷା ରେ କ୍ରିମି୍ଲେୟାର ବାହାନାରେ ଅକୃତକାର୍ଯ୍ୟ ଦର୍ଶାଇ ଥିବା କୃତକାର୍ଯ୍ୟ ଓବିସି ବର୍ଗ ର ୩୧୪ ଜଣଙ୍କୁ  ପୁନଶ୍ଚ ଚାକିରୀ ରେ ଯୋଗଦାନ ପାଇଁ ସୁଯୋଗ ଦେବା ଆଦି ଦାବି କରାଯାଇଛି I ଏହି ମର୍ମ ରେ ସ୍ଥାନୀୟ କଚେରୀ ଛକ ରୁ ଏକ ରେଲି ବାହାରି ଉତ୍ତରାଞ୍ଚଳ ରାଜସ୍ବ ଆଯୁକ୍ତ ଙ୍କ କାର୍ଯ୍ୟାଳୟ କୁ ପହଞ୍ଚିଥିଲା I ଆଜିକାର ଏହି ଦାବୀ ପତ୍ର ପ୍ରଦାନ ସମୟରେ ଓବିସି ମଞ୍ଚ ରାଜ୍ୟ ସଭାପତି ଶଙ୍କର ପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ତଥା ଜ଼ିଲ୍ଲା ର ଓବିସି  ଅନ୍ତର୍ଭୁକ୍ତ କୁଳତା ସମାଜ, ଚଷା ସମାଜ, ମେହର ସମାଜ, ବାରିକ ସମାଜ, ଅଘରିଆ ସମାଜ, ବିଶ୍ୱକର୍ମା ସମାଜ, ଶୁଣ୍ଢୀ ସମାଜ, ତୈଲିକ ସମାଜ, ଯାଦବ ସମାଜ, ଡ଼ୁମାଲ ସମାଜ, ମାଳି ସମାଜ, ସୁଦ ସମାଜ, କୁଷ୍ଟା ସମାଜ, ଖଣ୍ଡାୟତ (ଚଷା) ସମାଜ, ଗୁଡ଼ିଆ ସମାଜ ଆଦି ପ୍ରମୁଖ ସମାଜ ର ଜ଼ିଲ୍ଲା ଏବଂ ରାଜ୍ୟସ୍ତରୀୟ କର୍ମକର୍ତ୍ତା ସର୍ବଶ୍ରୀ ସିମାଞ୍ଚଳ ଖଟେଇ, ହୀରାଲାଲ ବେହେରା, ପ୍ରହଲ୍ଲାଦ ସାହୁ, ଶିବ ପ୍ରସାଦ ମେହେର, ଶ୍ରୀମତୀ ସୁଷମା ସାହୁ, ଉଷା ପ୍ରଧାନ, ସୁରେଖା ସାହୁ, ଯଶୋବନ୍ତି ନାୟକ, ମମତା ମୁଦୁଲି, ରିତୁ ବିଶ୍ୱାଳ, ଧରିତ୍ରୀ ପ୍ରଧାନ, ଧରଣୀ ଧର ପ୍ରଧାନ, ନାରାୟଣ ଦେହୁରୀ, ପ୍ରହଲ୍ଲାଦ କୁମାର ସାହୁ, କରୁଣା କର ବିଶ୍ୱାଳ, ସନ୍ତୋଷ ବାରିକ, ହୃଷିକେଶ ବଢ଼େଇ, ନିର୍ମଳ ଚନ୍ଦ୍ର ପ୍ରଧାନ, ସୁଧାଂଶୁ ଶେଖର ମହାରଣା, ଦାଶରଥୀ ବେହେରା, ସହଦେଵ ବେହେରା, ଅକ୍ଷୟ ମେହେର, ହରି ସାମନ୍ତରାୟ, ସୁଶିଲ କୁମାର ମେହେର, ନିର୍ମଳ ପ୍ରଧାନ, ହରି ବନ୍ଧୁ ପ୍ରଧାନ, ଅଭିରାମ ଖମାରି, ସୁରେନ୍ଦ୍ର ବିଶ୍ୱାଳ, ଭୂପେନ ସାହୁ, ବସନ୍ତ ସ୍ୱାଇଁ, ନରେଶ ବଗର୍ତ୍ତୀ, ପ୍ରଫୁଲ୍ଲ ପ୍ରଧାନ,ମନୋଜ ବାରିକ, ବିଦ୍ୟାଧର ନାୟକ, ଚୁଳଧର ପ୍ରଧାନ, ଟି. ରାମା ରାଓ, ଗୋପଳ ସାମନ୍ତରାୟ, ବୀରେନ୍ଦ୍ର ପାଶାୟତ ଯତୀନ୍ଦ୍ର ସାହୁ, ସମୀର ବାରିକ, ଗୁଣନିଧି ଭୁଏ, ଅକ୍ଷୟ ପ୍ରଧାନ, ରଞ୍ଜନ ପାତ୍ର, ପ୍ରେମାନନ୍ଦ ସାହୁ,  ସତ୍ୟ ନାରାୟଣ ସ୍ୱାଇଁ, ଭବାନୀ ଶଙ୍କର ପ୍ରଧାନ, ଅସୀମ ପଟେଲ, ରାଜ କୁମାର ସାହୁ, ସରୋଜ ସାହୁ, ପ୍ରମୁଖ  ଉପସ୍ଥିତ ଥିଲେ I ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ପ୍ରଦତ୍ତ ଏହି ଦାବୀ ପତ୍ର ର ଏକ କପି ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗ୍ରୁହ ମନ୍ତ୍ରୀ, ଜାତୀୟ ପଛୁଆ ବର୍ଗ କମିଶନ ଏବଂ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ପ୍ରଦତ୍ତ ଦାବୀ ପତ୍ର ର ଏକ କପି ମୁଖ୍ୟମନ୍ତ୍ରୀ ଓ଼ ରାଜ୍ୟ ପଛୁଆ ବର୍ଗ କମିଶନ ଙ୍କୁ ପ୍ରଦାନ କରାଯାଇଛି I ଉତ୍ତରାଞ୍ଚଳ ରାଜସ୍ବ ଆଯୁକ୍ତ ଙ୍କ ଅନୁପସ୍ଥିତି ରେ ସଚିବ ଭି.ପି.କେ.ଏକ୍କା ଏହି ଦାବୀ ପତ୍ର ଗ୍ରହଣ କରିଥିଲେ I


News Comment




Photo in News

Advertisment
Lastest News
  ଜିଲ୍ଲା  
ନୂତନ ଏସ୍‌ଏମ୍‌ସି ଗଠନ ପାଇଁ ସିଆରସିସିଙ୍କ ବିଦ୍ୟାଳୟ ପରିଦର୍ଶନ   30-Jun-2026
  ଜିଲ୍ଲା  
ବରପାଲି ସ୍ଥିତ ଗଙ୍ଗାଧର ମେହର କ୍ଲବରେ ସ୍ୱର୍ଗତ ଭଗବାନସାହୁଙ୍କ ୯୬ ତମ ଜୟନ୍ତୀ ଉତ୍ସବ ପାଳିତ   30-Jun-2026
  ଜିଲ୍ଲା  
ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ*   30-Jun-2026
  ରାଜ୍ୟ  
ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା   29-Jun-2026
  ଜିଲ୍ଲା  
ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   29-Jun-2026
  ଜିଲ୍ଲା  
ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   29-Jun-2026
  ଜିଲ୍ଲା  
ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   29-Jun-2026
  ଜିଲ୍ଲା  
ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   29-Jun-2026
  ଜିଲ୍ଲା  
କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026

You Might Also Like