-+91-9937148622 |
prerana_bgr@rediffmail.com |
Saturday 11th July 2026 |
R.N.I. Regd No. ODIODI/2010/46693
Breaking News
02-Aug-2021
ବଲାଙ୍ଗୀର,(ପ୍ରେରଣା ଖବର)-ଅଲଇଣ୍ଡିଆ ଏଡସକଣ୍ଟଣ୍ଟୋଲ ଏମ୍ଲଇଜ ୱେଲଫେୟାର ଆସୋସିଏସନ(ଏଆଇଏସିଇ-ବ୍ଲୁଏ)ଙ୍କ ଡକରାରେ ଆଜିଠାରୁ ନାକୋ ଅଧିନସ୍ଥକର୍ମଚାରୀମାନଙ୍କର ଦୈଶବ୍ୟାପି ଅସହ ଯୋଗ ଧର୍ମଘଟ ଆରମ୍ଭ ହୋଇଛି । ଏହି କ୍ରମରେ ବଲାଙ୍ଗୀର ଜିଲ୍ଲାରେ କାର୍ଯ୍ୟରତ ୨୫ଜଣ ଓସାକ କର୍ମଚାରୀ କଳାବ୍ୟାଚ ପରିଧାନ କରି ଜାତୀୟ ଆସୋସିଏସନକୁ ସମର୍ଥନ ଜଣାଇଛନ୍ତି । ଗତ ୨୦୧୭ ମସିହା ଏପ୍ରିଲମାସରୁ ମୂଳଦରମାର ବୃଦ୍ଧିକୁ କର୍ମଚାରୀମାନେ ଆପେକ୍ଷା କରି ରହିଛନ୍ତି । ନାକୋ ଅଫିସ ତରଫରୁ ଏହାର କିଛି ସମାଧାନ ନହେବାରୁ କର୍ମଚାରୀମାନେ ଅସହ ଯୋଗ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ଆନ୍ଦୋଳନରେ ରୋଗୀସେବା କାମରେ କୌଣସି ପ୍ରକାର ବ୍ୟାହତ ହୋଇନାହିଁ । କର୍ମଚାରୀମାନେ କେବଳ କଳାବ୍ୟାଚ ପରିଧାନ କରି ପ୍ରତିବାଦ କରିବା ସହିତ ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଆଜିଠାରୁ ଦୈନିକ,ସାପ୍ତାହିିକ ଓ ମାସିକ ରିପୋର୍ଟ କରିବେ ନାହିଁ ବୋଲି ଜଣାଇଛନ୍ତି ।