-+91-9937148622 |
prerana_bgr@rediffmail.com |
Saturday 11th July 2026 |
R.N.I. Regd No. ODIODI/2010/46693
Breaking News
02-Aug-2021
ବଲାଙ୍ଗିର,(ପ୍ରେରଣା ଖବର)-ସ୍କୁଲ ବନ୍ଦ ମିଶ୍ର ନିଷ୍ପତ୍ତି ପ୍ରତ୍ୟାହାର କରି ସରକାରୀ ପ୍ରାଥମିକ ବିଦ୍ୟାଳମାନଙ୍କରେ ତୁରନ୍ତ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବା ଦାବିରେ ବିଦ୍ୟାଳୟ ସୁରକ୍ଷା କମିଟି ଓଡିଶା ତରଫରୁ ସାରା ଓଡିଶା ଦାବି ଦିବସର ଡାକରା ଦିଆଯାଇଛି । ଏହି ଅବସରରେ ବଲାଙ୍ଗିର ତରଫରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ୨୦୧୮ ମସିହାରେ ରାଜ୍ୟ ସରକାର ରାଜ୍ୟର ୧୪୩୭୯ଟି ସରକାରୀ ସ୍କୁଲ ଗୁଡିକୁ ବନ୍ଦ କରିବାର ନିଷ୍ପତ୍ତି ନେଇଥିଲେ । ସେଥି ମଧ୍ୟରେ ବଲାଙ୍ଗିର ଜିଲ୍ଲାର ୩୭୫ ସ୍କୁଲ ରହିଛି । ବିପର୍ଯ୍ୟୟ ସ୍କୁଲ ଶିକ୍ଷାକୁ ସଜାଡିବା ପରିବର୍ତ୍ତେ, କମ୍ ଉପସ୍ଥାନ ଥିବା କାରଣ ଦର୍ଶାଇ ସ୍କୁଲ ବନ୍ଦ ବା ଅନ୍ୟତ୍ର ମିଶ୍ରଣ କରିବା ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଥିରେ ବଲାଙ୍ଗିର ଭଳି କେ.ବି.କେ ଅଧିନସ୍ଥ ଦାଦନ ପ୍ରବଣ ଅନୁନ୍ନତ ଜିଲ୍ଲାର ଗରିବ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପଡିବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ସମ୍ବିଧାନର ଧାରା ୨୧-ଏ, ଆଇନ ୨୦୦୯ ଓ ନିୟମ ୨୦୧୦ ର ବିରୋଧିତା କରୁଥିବାରୁ ହାଇକୋର୍ଟ ମଧ୍ୟ ଗଣଶିକ୍ଷା ବିଭାଗର ଏହି ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି ଏବଂ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଜିଲ୍ଲାର ବହୁ ଅଭିଭାବକ ସରକାରୀ ସ୍କୁଲ ବନ୍ଦ କରି ଘରୋଇ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଚଳିବ ନାହିଁ ବୋଲି ଦୃଢ ଦାବି କରିବା ସହିତ ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଦୁର୍ବାର ଗଣ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି । ଏଥିରେ ମିଥୁନ ମାଝି, ରଞ୍ଜିବ ମାଝି, ତାମସ ବେହେରା, ରାଜେନ୍ଦ୍ର ରଣା, ଗୌରୀ ରାଉତ, ଅନନ୍ୟା ଦାନୀ, ଗୋସେଫ ବାଗ, ପ୍ରମୋଦ କୁମ୍ଭାର, ବିକାଶ ଜେନାଙ୍କ ସହିତ ବହୁ ଅଭିଭାବକ, ଛାତ୍ର, ବୁଦ୍ଧିଜିବୀ ଅଂଶଗ୍ରହଣ କରିଥିଲେ ।