-+91-9937148622 |
prerana_bgr@rediffmail.com |
Sunday 12th July 2026 |
R.N.I. Regd No. ODIODI/2010/46693
Breaking News
02-Aug-2021
ବଲାଙ୍ଗୀର(ପ୍ରେରଣା ଖବର): ରବିବାର ଦିନ ଦେଓଗାଁ ବ୍ଲକ ଉପରଝର ସ୍ଥିତ କଲେଜ ଛକରେ ଏକ କାର ଓ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ବେଳେ କାରରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ପ୍ରକାଶ ଯେ, ଗତକାଲି ପ୍ରାୟ ୩ଟା ସମୟରେ ଉପରଝର ପଟରୁ ତୁଷୁରା ପଟକୁ ଏକ ବାଇକ (ଓଡ଼ି୦୩କେ୯୫୩୧)ରେ ନିଜ ଗାଁ ସର୍ଗିପାଲିକୁ ରୋହିତ ମହାକୁର ଯାଉଥିବା ବେଳେ ଏକ କାର ଏସ୍ କ୍ରସ
(ଓଡ଼ି୦୨ଏଡବ୍ଲ୍ୟୁ ୯୬୩୬)ରେ ୨ଜଣ ବ୍ୟକ୍ତି ତୁଷୁରା ପଟରୁ ବଲାଙ୍ଗିର ଆଡ଼କୁ ଯାଉଥିଲେ । ଏହି ସମୟରେ ଉପରଝର ସ୍ଥିତ କଲେଜ ଛକରେ ଦୁର୍ଘଟଣା ଘଟିଥିଲା । ଫଳରେ ବାଇକ ଆରୋହୀ ଆହତ ହୋଇଥିବା ଜାଣି ସ୍ଥାନୀୟ ଲୋକେ ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲ ରେ ଭର୍ତ୍ତି କରିଛନ୍ତି । ଅନ୍ୟପକ୍ଷରେ କାରରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ଏ ନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ।