-+91-9937148622 |

prerana_bgr@rediffmail.com |

  Tuesday 24th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଶା ନର୍ସିଂହୋମରେ ରୋଗୀମୃତ୍ୟୁ ମାମଲା♦️ ଓଭରଡୋଜ୍ ନିଶ୍ଚେତକ ପ୍ରାଣହାନୀ ? ସରକାରୀ ଡାକ୍ତରଙ୍କ ଘରୋଇ ନର୍ସିଂହୋମ୍ ଚିକିତ୍ସା   (24-Mar-2026)       ||      ପ୍ରବେଶ ଉତ୍ସବ "ଜ୍ଞାନ, ସଂସ୍କାର ଓ ସ୍ୱପ୍ନର ପ୍ରଥମ ଦିନ" - ଡ. ହେମନ୍ତ କୁମାର ଦାଶ   (24-Mar-2026)       ||      ରାଜ୍ୟସଭାରେ ଉଠିଲା ସଲେପାଲି ଗ୍ରାଫାଇଟ ଖଣି ଖନନ ପଟ୍ଟା ନେଇ ଚିନ୍ତା ପ୍ରକଟ କଲେ ସାଂସଦ ଶ୍ରୀ ବିଶି.   (24-Mar-2026)       ||      *ଡାବୁଗାଁ ରେ ଶୁଭାରମ୍ଭ ହେଲା ନବଦିନ ବ୍ୟାପୀ ମାଁ ଠାକୁରାଣୀ ଙ୍କ କଳସ ଯାତ୍ରା*   (24-Mar-2026)       ||      ରାଜ୍ୟସଭାରେ ଉଠିଲା ସଲେପାଲି ଗ୍ରାଫାଇଟ ଖଣି ଖନନ ପଟ୍ଟା ନେଇ ଚିନ୍ତା ପ୍ରକଟ କଲେ ସାଂସଦ ଶ୍ରୀ ବିଶି   (23-Mar-2026)       ||      ଜମନକିରା ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି।   (23-Mar-2026)       ||      ଶ୍ରୀ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (23-Mar-2026)       ||      ଉତ୍କଳ କଲେଜ ଅଫ୍ ନର୍ସିଂ ପରିସରରେ ଭୁବନେଶ୍ୱରର ନିଯୁକ୍ତିକାରୀ ସଂସ୍ଥା ସୁଯତ୍ନ ହେଲଥ କେୟାର ପକ୍ଷରୁ ଏକ ମେଗା ନିଯୁକ୍ତି ମେଳା   (23-Mar-2026)       ||      ବରପାଲି ଲିଟିଲ ଏଞ୍ଜେଲସ୍ ପବ୍ଲିକ ସ୍କୁଲ ରୌପ୍ୟ ଜୟନ୍ତୀରେ ଡା.ଧୀରେନ୍ଦ୍ର ମୁଣ୍ଡଙ୍କ ଜନ୍ମ ଜୟନ୍ତୀ ପାଳିତ   (23-Mar-2026)       ||      *ପ୍ରେସ ଓ ମେଡିକାଲ୍ ବ୍ୟାଙ୍କର୍ସ ଟିମ୍ ମଧ୍ୟରେ ବନ୍ଧୁତ୍ୱ ପୁର୍ଣ୍ଣ କ୍ରିକେଟ୍ ମ୍ୟାଚ୍*- *ହାରିଲେ, କିନ୍ତୁ ଶେଷ ବଲ ଯାଏ ସଂଘର୍ଷ କଲେ ଓ ଖେଳ ର ଖୁବ୍ ମଜା ନେଲେ ପ୍ରେସ ଦଳ*-   (23-Mar-2026)       ||      ସରକାରଙ୍କ ଘୁଟକା ବନ୍ଦ ପ୍ରହସନ: ସବୁ ଦୋକାନରେ ଅଧିକ ମୂଲ୍ୟରେ ହେଉଛି ବିକ୍ରି   (23-Mar-2026)       ||      ବାଉଁଶୁଣୀରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୧୩୧ରୁ୨୧ସମାଧାନ)   (23-Mar-2026)       ||      ଝରଣୀପାଲୀ ପଂଚାୟତ ରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ   (23-Mar-2026)       ||      ଚାଞ୍ଚଲ୍ୟକର ଚର୍ଚ୍ଚା♦️ ଶିକ୍ଷକଙ୍କ ଦ୍ବାରା ଛାତ୍ରୀ ଗର୍ଭବତୀ ଅଭିଯୋଗ: ଗ୍ରାମବାସୀ , ବିଭାଗ ଓ ଗଣମାଧ୍ୟମ ଜାଣି ବି ଚପାଇଦେଲେ !    (23-Mar-2026)       ||      ମୁନିଗୁଡା ବ୍ଲକ ବରଗୁଡା ପ୍ରାଥମିକ ସେବାଶ୍ରମ ବାର୍ଷିକ ଉତ୍ସବ ୨୦୨୬   (23-Mar-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସୁସ୍ଥ ପରିବାର ଗଠନ ନିମନ୍ତେ ସଚେତନତା  କାର୍ଯକ୍ରମ   (23-Mar-2026)       ||      *ଚାଷୀ ଙ୍କ ୧୦ ଘଣ୍ଟା ଧାରଣା ଓ ବିକ୍ଷୋଭ ସ୍ଥଳ ରେ ପହଞ୍ଚିଲେ ଓ ୧୦ ମିନିଟ ରେ ସମାଧାନ କଲେ ଜିଲ୍ଲାପାଳ*   (23-Mar-2026)       ||      ମୁରସିଂ ରେ ପିଇବା ପାଣି ସମସ୍ୟା, ନରସିଂହ ଙ୍କୁ ଅଭିଯୋଗ କଲେ ଗ୍ରାମବାସୀ   (22-Mar-2026)       ||      ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହପ୍ରତିଷ୍ଠା ଉତ୍ସବ ଆରମ୍ଭ   (22-Mar-2026)       ||      *ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ*-   (22-Mar-2026)       ||     

HOME   ଶି‍କ୍ଷା ଓ ନିଯୁକ୍ତି

ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମୂହର ସଫଳତା- ବିଜ୍ଞାନରେ ଅଂଶୁମାନ ମିଶ୍ର ୫୫୮ ମାର୍କ ଓ ସମନ୍ୱିତା ପ୍ରଧାନ ୫୫୬ ମାର୍କ ସହ ସଫଳତାର ଶୀର୍ଷରେ ବାଣିଜ୍ୟରେ ପ୍ରୟାସ କୁମାର ଜୈନ ୫୭୨ମାର୍କ ଓ ବୈଭବ ଅଗ୍ରୱାଲ ୫୬୦ମାର୍କ ସହ ସଫଳତାର ଶୀର୍ଷରେ

01-Aug-2021



ବରଗଡ(ମୁକୁନ୍ଦ ଦାସ): ଚଳିତ ବର୍ଷର ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଜ୍ଞାନ ପରୀକ୍ଷାରେ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ ଶାଖାର ଅଂଶୁମାନ ମିଶ୍ର ୫୫୮ମାର୍କ ସହ କଲେଜ ଟପ୍ପର୍ ହୋଇଛନ୍ତି ବୋଲି ବିକାଶ ଗ୍ରୁପ୍ ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଜି.ଭାସ୍କର ରାଓ ପ୍ରକାଶ କରିଛନ୍ତି । ଏହା ଛଡ଼ା ଦିଗ୍‌ବିଜୟ ସାହୁ ୫୫୨ ମାର୍କ ସହ ସମ୍ବଲପୁର ଶାଖାର ଟପ୍ପର୍ ହୋଇଥିବା ବେଳେ ବିନାୟକ ତ୍ରିପାଠୀ ୫୪୩ ମାର୍କ ସହ ଭବାନୀପାଟଣା ଶାଖାର ଟପ୍ପର୍ ହୋଇଛନ୍ତି । ବିଜ୍ଞାନରେ ୧୩ଜଣ ଛାତ୍ରଛାତ୍ରୀ ୯୦%ରୁ ଉର୍ଦ୍ଧ୍ୱ ମାର୍କ ରଖି ପାସ୍ କରିଥିବାବେଳେ ୬୩ଜଣ ଛାତ୍ରଛାତ୍ରୀ ଙ୍କ ୫୦୦ ରୁ ଉର୍ଦ୍ଧ୍ୱ ମାର୍କ, ୯୯ ଜଣ ଛାତ୍ରଛାତ୍ରୀ ୮୦ ପ୍ରତିଶତ ରୁ ଉର୍ଦ୍ଧ୍ୱ ମାର୍କ ଏବଂ ୩୯୪ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରି ବିକାଶ କୁ ପଶ୍ଚିମ ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ପ୍ରତିଷ୍ଠିତ କରିପାରିଛି ବୋଲି ଏକ୍‌ଜିକ୍ୟୁଟିଭ୍ ଡାଇରେକ୍ଟର ଶ୍ରୀ ଡି.ନାଗେଶ୍ୱର ରାଓ ସିଏଚ୍‌ଏସ୍‌ଇ ଫଳାଫଳ ବିଷୟରେ ସୂଚନା ଦେଇ ଜଣାଇଛନ୍ତି । ୫୦୦ରୁ ଉର୍ଦ୍ଧ୍ୱ ମାର୍କ ରଖିଥିବା ମୋଟ୍ ୬୩ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବରଗଡ଼ ଶାଖାର ୩୫ଜଣ, ସମ୍ବଲପୁର ଶାଖାର ୧୪ଜଣ ଓ ଭବାନୀପାଟଣା ଶାଖାର ୧୪ଜଣ ରହିଛନ୍ତି ଏବଂ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ମାର୍କ ରଖିଥିବା ମୋଟ୍ ୯୯ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବରଗଡ଼ ଶାଖାର ୫୨ଜଣ, ସମ୍ବଲପୁର ଶାଖାର ୨୬ଜଣ ଓ ଭବାନୀପାଟଣା ଶାଖାର ୨୧ଜଣ ରହିଥିବାବେଳେ ୬୦ ପ୍ରତିଶତରୁ ଉର୍ଦ୍ଧ୍ୱ ମାର୍କ ରଖିଥିବା ମୋଟ୍ ୩୯୪ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବରଗଡ଼ ଶାଖାର ୧୬୪, ସମ୍ବଲପୁର ଶାଖାର ୧୦୦ଜଣ ଓ ଭବାନୀପାଟଣା ଶାଖାର ୧୩୦ଜଣ  ଅଛନ୍ତି । ବିଜ୍ଞାନରେ ବରଗଡ଼ ଶାଖାର ସମନ୍ୱିତା ପ୍ରଧାନ ୫୫୬ମାର୍କ, ଆୟୁଷ୍ମାନ ମହାପାତ୍ର ୫୫୪ମାର୍କ, ନିହାରିକା ମେହେର ୫୪୭ମାର୍କ, ବଜରଙ୍ଗ ମିଶ୍ର ୫୪୪ମାର୍କ, ଦେବାଶିଷ ପଧାନ ୫୪୪ମାର୍କ, ସନାତନ ସତନାମୀ ୫୪୨ମାର୍କ, ଅଲିଭା ବାସା ୫୪୦ମାର୍କ, ପ୍ରତୀକ ପ୍ରଧାନ ୫୩୭ମାର୍କ, ରୀତୁପର୍ଣ୍ଣା ସାହୁ ୫୩୫ମାର୍କ, ସମ୍ବଲପୁର ଶାଖାର ଦେବୀପ୍ରସାଦ କର ୫୪୩ମାର୍କ, ସାଇସ୍ମିତା ନାୟକ ୫୪୧ ମାର୍କ, ଭବାନୀପାଟଣା ଶାଖାର ଧରମାନନ୍ଦ ସାହା ୫୪୦ମାର୍କ, ଜୟଦେବ ବେମାଲ ୫୩୩ମାର୍କ ସହ ସଫଳତା ତାଲିକାର ଶୀର୍ଷରେ ଅଛନ୍ତି । 
ବାଣିଜ୍ୟ ପରୀକ୍ଷାରେ ଭବାନୀପାଟଣା ଶାଖାର ପ୍ରୟାସ କୁମାର ଜୈନ ୫୭୨ମାର୍କ, ବରଗଡ଼ ଶାଖାର ଚଂଚଲ ଅଗ୍ରୱାଲ ୫୨୨ମାର୍କ ଏବଂ ସମ୍ବଲପୁର ଶାଖାର ଆରାଧନା ମହାନ୍ତି ୫୧୬ମାର୍କ ସହ କଲେଜ ଟପ୍ପର୍ ହୋଇଛନ୍ତି । ୨ଜଣ ଛାତ୍ରଛାତ୍ରୀ ୯୦%ରୁ ଉର୍ଦ୍ଧ୍ୱ ମାର୍କ ରଖି ପାସ୍ କରିଥିବାବେଳେ ୧୨ଜଣ ଛାତ୍ରଛାତ୍ରୀ ଙ୍କ ୫୦୦ ରୁ ଉର୍ଦ୍ଧ୍ୱ ମାର୍କ, ୧୯ ଜଣ ଛାତ୍ରଛାତ୍ରୀ ୮୦ ପ୍ରତିଶତ ରୁ ଉର୍ଦ୍ଧ୍ୱ ମାର୍କ ଏବଂ ୭୨ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ୫୦୦ରୁ ଉର୍ଦ୍ଧ୍ୱ ମାର୍କ ରଖିଥିବା ମୋଟ୍ ୧୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବରଗଡ଼ ଶାଖାର ୫ଜଣ, ସମ୍ବଲପୁର ଶାଖାର ୨ଜଣ ଓ ଭବାନୀପାଟଣା ଶାଖାର ୫ଜଣ ରହିଛନ୍ତି ଏବଂ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ମାର୍କ ରଖିଥିବା ମୋଟ୍ ୧୯ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବରଗଡ଼ ଶାଖାର ୫ଜଣ, ସମ୍ବଲପୁର ଶାଖାର ୪ଜଣ ଓ ଭବାନୀପାଟଣା ଶାଖାର ୧୦ଜଣ ରହିଥିବାବେଳେ ୬୦ ପ୍ରତିଶତରୁ ଉର୍ଦ୍ଧ୍ୱ ମାର୍କ ରଖିଥିବା ମୋଟ୍ ୭୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବରଗଡ଼ ଶାଖାର ୨୮, ସମ୍ବଲପୁର ଶାଖାର ୧୯ଜଣ ଓ ଭବାନୀପାଟଣା ଶାଖାର ୨୫ଜଣ ଅଛନ୍ତି । ବରଗଡ଼ ଶାଖାର ପ୍ରୀତମ ପଟେଲ ୫୧୯ମାର୍କ, ସମ୍ବଲପୁର ଶାଖାର ଏମ୍‌ଡି ସାହାଜାଦ୍ ୫୧୫ମାର୍କ ଏବଂ ଭବାନୀପାଟଣା ଶାଖାର ବୈଭବ ଅଗ୍ରୱାଲ ୫୬୦ମାର୍କ, ସେଜଲ ସିଙ୍ଘଲ ୫୩୨ମାର୍କ ରଖି ସଫଳତା ତାଲିକାର ଶୀର୍ଷରେ ଅଛନ୍ତି । 
ପ୍ରକାଶ ଥାଉକି ଚଳିତ ବର୍ଷ କେଭିପିୱାଇ ରେ ସର୍ବ ଭାରତୀୟ ଏସ୍‌ସି ବର୍ଗରେ ବରଗଡ଼ ଶାଖାର ସନାତନ ସତନାମୀ ୧୨୦ ର‌୍ୟାଙ୍କ୍ ସହ ସଫଳତା ଅର୍ଜନ କରିଛନ୍ତି । ଏହି ସଫଳତାରେ ଅନୁଷ୍ଠାନର ଏକ୍‌ଜିକ୍ୟୁଟିଭ୍ ଡାଇରେକ୍ଟର୍ ଶ୍ରୀ ଭି.ଶ୍ରୀନିବାସ, ଡାଇରେକ୍ଟର ଏକାଡେମିକ୍ସ୍ ଶ୍ରୀ ଜି.ରାମକ୍ରୀଷ୍ଣା, ଡାଇରେକ୍ଟର ଏଡ୍‌ମିନିଷ୍ଟ୍ରେସନ୍ ଶ୍ରୀ ଡି.ବିବେକ କୁମାର, ଭବାନୀପାଟଣା ଶାଖାର ଡାଇରେକ୍ଟର ଶ୍ରୀ ଡି.ଶ୍ୟାମ, ଶ୍ରୀ ଡି.ରାମ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଥମ ପ୍ରୟାସରେ ଏଣ୍ଟ୍ରାନ୍ସ୍ ତଥା ସିଏଚ୍‌ଏସ୍‌ଇ ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ସଫଳତା ଏହାକୁ ଏକ ଭିନ୍ନ ଅନୁଷ୍ଠାନର ମାନ୍ୟତା ଦିଏ ବୋଲି ଚେୟାରମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ପ୍ରକାଶ କରିଛନ୍ତି ଏବଂ ଏହା ବିକାଶ ର ସେଣ୍ଟ୍ରାଲାଇଜ୍‌ଡ୍ ଏକାଡେମିକ୍ ସିଷ୍ଟମ୍ ର ସଫଳତା ବୋଲି ମତପ୍ରକାଶ କରିବା ସହିତ ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା, ବରଗଡ଼ ଅଧ୍ୟକ୍ଷ ଶ୍ରୀ ମୁରାରୀ ପ୍ରସାଦ ସାହୁ, ସମ୍ବଲପୁର ଅଧ୍ୟକ୍ଷ ଶ୍ରୀ ସଞ୍ଜୀବ କୁମାର ବାବୁ, ଭବାନୀପାଟଣା ଅଧ୍ୟକ୍ଷ ଶ୍ରୀ ଯୁବରାଜ ନାୟକ, ଏଡ୍‌ମିନିଷ୍ଟ୍ରେଟିଭ୍ ଅଫିସର୍ ଶ୍ରୀ ଏସ୍‌.କାନ୍ତା ରାଓ ତଥା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଶା ନର୍ସିଂହୋମରେ ରୋଗୀମୃତ୍ୟୁ ମାମଲା♦️ ଓଭରଡୋଜ୍ ନିଶ୍ଚେତକ ପ୍ରାଣହାନୀ ? ସରକାରୀ ଡାକ୍ତରଙ୍କ ଘରୋଇ ନର୍ସିଂହୋମ୍ ଚିକିତ୍ସା   24-Mar-2026
  ଜିଲ୍ଲା  
ପ୍ରବେଶ ଉତ୍ସବ "ଜ୍ଞାନ, ସଂସ୍କାର ଓ ସ୍ୱପ୍ନର ପ୍ରଥମ ଦିନ" - ଡ. ହେମନ୍ତ କୁମାର ଦାଶ   24-Mar-2026
  ଜିଲ୍ଲା  
ରାଜ୍ୟସଭାରେ ଉଠିଲା ସଲେପାଲି ଗ୍ରାଫାଇଟ ଖଣି ଖନନ ପଟ୍ଟା ନେଇ ଚିନ୍ତା ପ୍ରକଟ କଲେ ସାଂସଦ ଶ୍ରୀ ବିଶି.   24-Mar-2026
  ଜିଲ୍ଲା  
*ଡାବୁଗାଁ ରେ ଶୁଭାରମ୍ଭ ହେଲା ନବଦିନ ବ୍ୟାପୀ ମାଁ ଠାକୁରାଣୀ ଙ୍କ କଳସ ଯାତ୍ରା*   24-Mar-2026
  ଜିଲ୍ଲା  
ରାଜ୍ୟସଭାରେ ଉଠିଲା ସଲେପାଲି ଗ୍ରାଫାଇଟ ଖଣି ଖନନ ପଟ୍ଟା ନେଇ ଚିନ୍ତା ପ୍ରକଟ କଲେ ସାଂସଦ ଶ୍ରୀ ବିଶି   23-Mar-2026
  ଜିଲ୍ଲା  
ଜମନକିରା ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି।   23-Mar-2026
  ଜିଲ୍ଲା  
ଶ୍ରୀ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   23-Mar-2026
  ଜିଲ୍ଲା  
ଉତ୍କଳ କଲେଜ ଅଫ୍ ନର୍ସିଂ ପରିସରରେ ଭୁବନେଶ୍ୱରର ନିଯୁକ୍ତିକାରୀ ସଂସ୍ଥା ସୁଯତ୍ନ ହେଲଥ କେୟାର ପକ୍ଷରୁ ଏକ ମେଗା ନିଯୁକ୍ତି ମେଳା   23-Mar-2026
  ଜିଲ୍ଲା  
ବରପାଲି ଲିଟିଲ ଏଞ୍ଜେଲସ୍ ପବ୍ଲିକ ସ୍କୁଲ ରୌପ୍ୟ ଜୟନ୍ତୀରେ ଡା.ଧୀରେନ୍ଦ୍ର ମୁଣ୍ଡଙ୍କ ଜନ୍ମ ଜୟନ୍ତୀ ପାଳିତ   23-Mar-2026
  ଜିଲ୍ଲା  
*ପ୍ରେସ ଓ ମେଡିକାଲ୍ ବ୍ୟାଙ୍କର୍ସ ଟିମ୍ ମଧ୍ୟରେ ବନ୍ଧୁତ୍ୱ ପୁର୍ଣ୍ଣ କ୍ରିକେଟ୍ ମ୍ୟାଚ୍*- *ହାରିଲେ, କିନ୍ତୁ ଶେଷ ବଲ ଯାଏ ସଂଘର୍ଷ କଲେ ଓ ଖେଳ ର ଖୁବ୍ ମଜା ନେଲେ ପ୍ରେସ ଦଳ*-   23-Mar-2026
  ଜିଲ୍ଲା  
ସରକାରଙ୍କ ଘୁଟକା ବନ୍ଦ ପ୍ରହସନ: ସବୁ ଦୋକାନରେ ଅଧିକ ମୂଲ୍ୟରେ ହେଉଛି ବିକ୍ରି   23-Mar-2026
  ଜିଲ୍ଲା  
ବାଉଁଶୁଣୀରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୧୩୧ରୁ୨୧ସମାଧାନ)   23-Mar-2026

You Might Also Like

       
  ଶି‍କ୍ଷା ଓ ନିଯୁକ୍ତି  

୯୩% ମାର୍କ ରଖ୍ ସଫଳତା ପାଇଲେ ସନ୍ଦୀପ

           
  ଶି‍କ୍ଷା ଓ ନିଯୁକ୍ତି  

ଆଜିଠାରୁ ହେବ ସକାଳୁଆ ସ୍କୁଲ