-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
29-Oct-2020
ଭୁବନେଶ୍ୱର: ବିନା କୌଣସି କୋଚିଂ କ୍ଲାସ୍ ଏବଂ ସହଯୋଗରେ ଚଳିବ ବର୍ଷ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଖୋର୍ଦ୍ଧାର ଅମିତ ନାରାୟଣ ଦାସ। ମୋଟ ୭୨୦ ନମ୍ବରରୁ ଅମିତ୍ ୬୮୬ ନମ୍ବର ରଖିଛନ୍ତି। ଏହି ନମ୍ବର ରଖିବା ଦ୍ୱାରା ଅମିତ୍ ଓଡ଼ିଶାରେ ଦ୍ୱିତୀୟ ସବୁଠୁ ଅଧିକ ନମ୍ବର ରଖିଥିବା ଛାତ୍ର ହୋଇଛନ୍ତି। *୧୯ ବର୍ଷୀୟ ଅମିତ୍ କେବଳ ନିଟ୍ ନୁହେଁ, ଆଇଆଇଟି ଜେଇଇରେ କୃତକାର୍ଯ୍ୟ ହାସଲ୍ କରିବା ସହ ନାଇଜର୍ରେ ଅଲ୍ ଇଣ୍ଡିଆ ୩୦୪ରାଙ୍କ ରଖିଛନ୍ତି। ତେବେ ଅମିତ୍ ଜଣେ ମେଧାବୀ ଛାତ୍ର। ଯୁକ୍ତ ଦୁଇରେ ସେ ୯୩ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଥିଲେ। ଡିଏଭି ସ୍କୁଲ୍ରେ ପଢୁଥିବା ବେଳେ ଅମିତ୍ ପାଠ ପଢା ସହ ଖେଳରେ ମଧ୍ୟ ଆଗରେ ରହୁଥିଲେ।
ଯୁକ୍ତ ଦୁଇ ପରେ ଅମିତ୍ ଗୋଟେ ବର୍ଷ ପାଇଁ ପାଠ ପଢା ଛାଡି ଘରେ ରହି ନିଟ୍ ପାଇଁ ପ୍ରସ୍ତୁତ ହୋଇଥିଲେ। ଦିନ ତମାମ ସେ ନିଟ୍ ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ଅମିତ୍ ଢେର୍ ପରିଶ୍ରମ କରିଛନ୍ତି। ଘର ଲୋକ ମଧ୍ୟ ଅମିତ୍ଙ୍କର ଏହି ସଫଳତା ପାଇଁ ବେଶ୍ ଖୁସିଥିବା କହିଛନ୍ତି।*