-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
19-Jul-2021
ଧର୍ମଶାଳା ବ୍ଲକ ଅଞ୍ଚଳର ମୁଦ୍ରିତ ଓ ବୈଦୁତିକ ଗଣମାଧ୍ୟମ ର ସାମ୍ବାଦିକ ମାନଂକୁ ନେଇ ଗଠିତ ହୋଇଥିବା (ଧର୍ମଶାଳା ମିଡ଼ିଆ କ୍ଲବ )ର ବାହୁଡା଼ ନବମୀ ଅବସରରେ ଆମଂତ୍ରିତ ଅତିଥି ମାନଙ୍କ ଦ୍ଵାରା ବୃକ୍ଷରୋପଣ କରାଯାଇ ଶୁଭାରମ୍ଭ କରାଯାଇଛି l ଏହି ଅବସରରେ ମଧୁପୁରଗଡ଼ ପଂଚାୟତର ସୁନାମୁହିଁ ଠାକୁରାଣୀ ପୀଠରେ ପଚାଶ ରୁ ଅଧିକ ବିଭିନ୍ନ ପ୍ରକାର ବୃକ୍ଷ ଚାରା ରୋପଣ କରାଯାଇଥିଲା l ପ୍ରାରମ୍ଭରେ ଠାକୁରାଣୀ ପୀଠରେ ପୂଜାର୍ଚ୍ଚନା ପରେ ଅତିଥି ମାନଂକୁ ସମ୍ବର୍ଦ୍ଧିତ କରାଯାଇଥିଲା l କରୋନା କଟକଣା ଭିତରେ ଆୟୋଜିତ ନିରାଡ଼ମ୍ବର ସଭାରେ ସମ୍ପାଦକ ଆନନ୍ଦ ମହାରଣା ଙ୍କ ପ୍ରାରମ୍ଭିକ ସୂଚନା ପରେ କ୍ଲବ ର ସଭାପତି ବିମଳ ପତି ସଭାପତିତ୍ୱ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ l ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ, ପରିବେଶବିତ୍ତ ଶ୍ରୀନିବାସ ଜେନା, ବନପାଳ ମହମ୍ମଦ ସାକିର ହୁସେନ, 12ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଣତି ଲେଙ୍କା, କବାଟବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ନିହାର ରଞ୍ଜନ କର ଅତିଥି ଭାବରେ ପଦାର୍ପଣ କରି କ୍ଳବ ର ସଦସ୍ୟ ମାନଙ୍କୁ ପରିଚୟ ପ୍ରଦାନ କରିଥିଲେ l ପ୍ରାକୃତିକ ଜଙ୍ଗଲ ର ସୁରକ୍ଷା କରାଯିବ ସହିତ ନୂତନ ଜଙ୍ଗଲ କିପରି ସୃଷ୍ଟି ହୋଇପାରିବ ସେଥିପ୍ରତି ଯତ୍ନବାନ ହେବା ପାଇଁ ଆଜିର ଯୁବସମାଜ କୁ ଅତିଥି ମାନେ ଆହ୍ୱାନ ଦେଇଥିଲେ l ପଡିଆ ଜାଗାରେ ଚାରାରୋପଣ କରିବା ସହିତ ତାହାର ରକ୍ଷଣା ବେକ୍ଷଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ l ରୋପଣ କରାଯାଇଥିବା ଚାରା ର ସୁରକ୍ଷା ଦିଗରେ ଚେଷ୍ଟା କରାଯିବ ବୋଲି ବନପାଳ ପ୍ରତିଶୃତି ଦେଇଥିଲେ l ଦୀର୍ଘ 8ମାସ ପୂର୍ଵ ଗଠନ କରାଯାଇ ନିଜର ସାମାଜିକ କାର୍ଯ୍ୟକଳାପ ଜାରିରଖିଥିବା ଏହି କ୍ଲବ ଆଜି ଆନୁଷ୍ଠାନିକ ଭାବରେ ଘୋଷିତ ହେବା ପରେ ସାମାଜିକ କାର୍ଯ୍ୟରେ ନିୟୋଜିତ ହୋଇ ବୃକ୍ଷରୋପଣ କରିପାରି ଥିବାରୁ ଉପସଭାପତି ବସନ୍ତ କୁମାର ନାୟକ, ଓ କାର୍ଯ୍ୟକାରୀ ସଭାପତି ଶଶିକାନ୍ତ ରାଉତ, କ୍ଲବ ର ସଭାପତି ତଥା ସଦ୍ୟସ ମାନଂକୁ ସାଧୁବାଦ ଜଣାଇଥିଲେ l ସାମାଜିକ ଗଣମାଧ୍ୟମ ସଂଯୋଜକ ସୁଶାନ୍ତ କୁମାର ସାହୁ ପ୍ରାରମ୍ଭିକ ଭାଷଣ ଦେଇଥିଲେ l ସହସମ୍ପାଦକ ଦୀଲଦାର ଚାନ୍ଦ କୋଷାଧକ୍ଷ ସେକ ଆଲ୍ଲାଉଦ୍ଦିନ, ଅୟସକାନ୍ତ ରାଉତ, ସୁଶାନ୍ତ କୁମାର ଗୋଛାୟତ, ଦୀପକ ଦାସ, ସୁଶାନ୍ତ କୁମାର ନାୟକ, ଅଶୋକ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ଚିନ୍ମୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l