-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
28-Oct-2020
ମେଲବୋର୍ଣ୍ଣ(ପ୍ରେରଣା ଖବର)::ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ, ଟି-ଟ୍ୱେଣ୍ଟି ଏବଂ ଟେଷ୍ଟ ସିରିଜ ଖେଳ ସୂଚୀ ପ୍ରକାଶ ପାଇଛି। ଦୁଇ ଦଳ ମଧ୍ୟରେ ତିନୋଟି ଦିନିକିଆ, ତିନୋଟି ଟି-ଟ୍ୱେଣ୍ଟି ଏବଂ ଚାରି ଟେଷ୍ଟ ସିରିଜ୍ ଖେଳାଯିବ। ଯେଉଁଥିରେ ପ୍ରଥମ ଦିନିକିଆ ୨୭ ନଭେମ୍ବରରେ, ଦ୍ୱିତୀୟଟି ୨୯ ନଭେମ୍ବରରେ ଏବଂ ତୃତୀୟ ଦିନିକିଆ ୨ ଡିସେମ୍ବରରେ ଖେଳାଯିବ।ଦିନିକିଆ ସିରିଜ୍ ପରେ ଦୁଇ ଦଳ ମଧ୍ୟରେ ତିନୋଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ଡିସେମ୍ବର ୪ ଶୁକ୍ରବାର ଦିନ ଖେଳାଯିବ। ଏହି ମ୍ୟାଚ କାନବେରାର ମନୁକା ଓଭାଲ ପିଚରେ ଖେଳାଯିବ। ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଡିସେମ୍ବର ୬ରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ, ତୃତୀୟ ଟି-ଟ୍ୱେଣ୍ଟି ଡିସେମ୍ବର ୮ରେ ସମାନ ଗ୍ରାଉଣ୍ଡରେ ଖେଳାଯିବ। ଏହି ତିନୋଟି ଯାକ ଟି-ଟ୍ୱେଣ୍ଟି ମ୍ୟାଚ ରାତିରେ ଖେଳାଯିବ!! ସେହିପରି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରୋଟି ଟେଷ୍ଟ ମ୍ୟାଚ୍ ଖେଳା ଯିବ। ପ୍ରଥମ ଟେଷ୍ଟ ୧୭ ରୁ ୨୧ ଡିସେମ୍ବର ମଧ୍ୟରେ ଖେଳାଯିବ। ଆଡିଲେଡ୍ ଓଭାଲରେ ଥିବା ପିଚରେ ଖେଳାଯିବ। ଏହି ମ୍ୟାଚ ଦିବାରାତ୍ର ରହିଛି। ଦ୍ୱିତୀୟ ଟେଷ୍ଟ ସିରିଜ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ୨୬ ଡିସେମ୍ବରରୁ ୩୦ ଡିସେମ୍ବର ମଧ୍ୟରେ ଖେଳାଯିବ। ତୃତୀୟ ଟେଷ୍ଟ ସିରିଜ୍ ୭ ଜାନୁଆରୀରୁ ୧୧ ରହିଛି। ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ। ଅନ୍ତିମ ମ୍ୟାଚ ଜାନୁଆରୀ ୧୫ ରୁ ୧୯ ମଧ୍ୟରେ ବ୍ରିସବେନରେ ଥିବା ଗବା କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ!!