-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
14-Jul-2021
ବଲାଙ୍ଗିର,(ପ୍ରେରଣା ଖବର)- ବର୍ତମାନ କୋରାନା ତଥା ବେକ୍ସିନ ପାଇଁ ଲୋକେ ରକ୍ତର ଅଭାବ ଯୋଗୁଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଠିକ ଏତିକି ବେଳେ ଡାକ୍ତରଖାନାରେ ରକ୍ତର ଘୋର ଅଭାବ ଦେଖିବାକୁ ମିଳୁଛି । ଯଦ୍ୱରା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବନାରପାଲି ଗ୍ରାମର ପ୍ରଭାତ ସାହୁ କିଡନି ଅସୁବିଧା ଯୋଗୁଁ ଶରୀରରେ ରକ୍ତ କମିଯାଇଥିଲା । ତାଙ୍କ ନାତି ପ୍ରେମ ସାହୁ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ରକ୍ତ ପାଇଁ ସହଯୋଗ ମାଗିଥିଲେ । ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଯୁବ ସଦସ୍ୟ ଗଙ୍ଗାଧର ପଧାନ ରକ୍ତଦାନ କରି ଭରତ ସାହୁଙ୍କୁ ଜୀବନ ବଞ୍ଚାଇ ଥିଲେ । ଏଥିରେ ଶ୍ରୀ ସାହୁ ଓ ତାଙ୍କ ସମ୍ପର୍କୀୟ ଜିଲ୍ଲା ଯୁବ ସମାଜକୁ ଭୁୟସି ପ୍ରଶଂସା କରିଥିଲେ ।