-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
28-Oct-2020
ସଇଁତଳା, (ପ୍ରେରଣା ଖବର )ବଲାଙ୍ଗିର ଜ଼ିଲ୍ଲା ସଇଁତଲା ବ୍ଲକ ଘୁନସର ବୈଷ୍ଣବୀ ପୀଠ ରେ ପରମ ପବିତ୍ର ବିଜୟା ଏକାଦଶୀ ତିଥି ରେ ପଭୁ ଶବରୀ ନାରାୟଣ ରାମ ଙ୍କ ମନ୍ଦିର ନିର୍ମାଣ ସକାଶେ ଭୂମି ପୂଜନ ଶୁଭ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି lଓଡିଶା ଆଦିବାସୀ କଲ୍ୟାଣ ମହାସଙ୍ଘ ର ମହାସଚିବ ନିରଞ୍ଜନ ବିଶି ଙ୍କ କରକମଳରେ ଭୂମୀ ପୂଜନ ଅନୁଷ୍ଠିତ ହୋଇଥିଲା l ଏହି ଶୁଭ ମୁହୂର୍ତ୍ତ ରେ ବ୍ରଜକିଶୋର ସିଂଭୋଇ , ବନମାଳୀ ପୁଟା ,ଧ୍ରୁବଚରଣ ପଟ୍ଟନାୟକ , ଭୂଷଣ ଅଗ୍ରୱାଲ , ହାଡ଼ି ଭୋଇ ,ସାରଥୀ ବାଗ ,ନିତ୍ୟାନନ୍ଦ ମାଝି ,ଥବିର ପୂଝlରୀ, ମନବୋଧ ବରିହା , ଘନ ଭୋଇ ସମେତ ବହୁତ ଭକ୍ତ ଉପସ୍ଥିତ ଥିଲେ l ଏହି ଶକ୍ତିପୀଠ ରେ ବାଇଶି ଚଣ୍ଡୀ , ମହାକାଳେଶ୍ଵର , ଜଗନ୍ନାଥ ,ଲବ କୁଶ, ହନୁମାନ ,ଶନି ଦେବ ,ଚନ୍ଦ୍ରମା , କାଳୀ ,ତାରା ,ଷୋଡ଼ଶୀ ,ଭୁବନେଶ୍ୱରୀ,ଭୈରବୀ ,ଛିନ୍ନମସ୍ତା ,ଧୂମାବତୀ ,ବଗଳାମୁଖୀ ,ମାତଙ୍ଗୀ ,କମଳା ଦଶମହାବିଦ୍ୟା ମନ୍ଦିର ରହିଛି l ଦୀର୍ଘ ଚାଳିଶ ବର୍ଷ ରୁ ଉର୍ଦ୍ଧ ହେଲା ଏହି ପବିତ୍ର ବୈଷ୍ଣବୀ ପୀଠ ରେ ହୀରା ବାବା ସେବା ପୂଜା କରୁଛନ୍ତି l କଳାହାଣ୍ଡି ,ବୌଦ୍ଧ ,ସୋନପୁର ,ବଲାଙ୍ଗିର ,ନୂଆପଡା ର ମାନସିକଧାରୀ ଭକ୍ତ ଶ୍ରଦ୍ଧାଳୁ ପୀଠ କୁ ମନସ୍କାମନା ପୂର୍ତ୍ତି ସକାଶେ ଆସୁଛନ୍ତି l ପ୍ରତିଦିନ ଶକ୍ତିପୀଠ ରେ ହୋମଯଜ୍ଞ, ପୂଜା ବିଧି ଅନୁଷ୍ଠିତ ହୋଇଥାଏ l