-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
27-Oct-2020
ନର୍ଲା ସଞ୍ଜୀବ ଦାସ
ପବିତ୍ର ବିଜୟ ଦଶମୀ ଦିନ ମହାମାୟୀ ଦୁର୍ଗା ସତ୍ୟ ଯୁଗରେ ମହିଷାସୁର ବଧ କରିଥିଲେ ଏବଂ ତ୍ରେତୟା ଯୁଗରେ ବିଜୟା ଦଶମୀ ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ଶ୍ରୀ ମହାପ୍ରଭୁ ରାମଚନ୍ଦ୍ର କ୍ଷେତ୍ରୀୟ ଧର୍ମ ପାଳନ କରି ରାବଣ ଙ୍କୁ ବଧ କରି ଅଯଧ୍ୟା ଫେରିଧିଲେ, ରାମଚନ୍ଦ୍ର ଙ୍କ କ୍ଷେତ୍ରୀୟ ଧର୍ମ ପାଳନ ତଥା ମାନବ ସମାଜର କଲ୍ୟାଣ ନିମନ୍ତେ ଓ କ୍ଷେତ୍ରୀୟ ସମାଜ ର କର୍ତ୍ତବ୍ୟ, ନିଷ୍ଟା କୁ ଅନୁସରଣ କରି ସୋମବାର ଦିନ କଳାହାଣ୍ଡି ଜିଲ୍ଲା ର ନର୍ଲା କ୍ଷେତ୍ରୀୟ ପାଇକ ସମାଜ ପକ୍ଷରୁ ରୁ ମହାନ୍ ଖଣ୍ଡା ବସା ପର୍ବ ପାଳନ କରିଥିଲେ ଏହି ଖଣ୍ଡା ବସା ପର୍ବରେ ଅସୁରଗଡ଼ ଦୁର୍ଗ ରୁ କଳାପାହାଡ଼ ମନ୍ଦିର ରୁ ରାମଚନ୍ଦ୍ର ଙ୍କ ପତିମୂର୍ତ୍ତି ଏବଂ ଖଣ୍ଡା ଙ୍କୁ ପୂଜାଚର୍ଯା କରି ହାତରେ ମଶାଲ ଧରି ନର୍ଲା ନଗର ପରିକ୍ରମା କରି ବନ୍ଦା ପଣା କରି ଥିଲେ, ନର୍ଲା ପାଇକ ସମାଜ ର କର୍ମକର୍ତ୍ତା ମାନେ କୋଭି ଡ୍ ନୀତି ନିୟମ କୁ ମାନି ବିଜୟ ଦଶମୀ ପର୍ବ ପାଳନ କରାଯାଇ ଥିଲା, ଏହି ଅବସରରେ ସଭାପତି ଦଣ୍ଡସେନା ପୁଝାରୀ ଙ୍କ ସହିତ ଗୌତମ ଚିନ୍ଦା ,ଉଦିତ ପାତ୍ର, ରଜନୀ ସାହାଣୀ, ଦିଗମ୍ବର ପୁଝାରୀ ଉପସ୍ଥିତି ଥିଲେ ।