-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
26-Oct-2020
ଜୁନାଗଡ. (ତ୍ରିନାଥ ବେଶ୍ରା)
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକରେ ହେଉଥିବା ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟରେ, , ଅନିୟମିତତା,ନିମ୍ନମାନର କାର୍ଯ୍ୟ,ବ୍ୟାପକ ପିସି କାରବାର ହେଉଥିବା ଚର୍ଚ୍ଚା ଜୋର ଧରିଛି।ଏହି ବ୍ଲକର ଛୋରିଆଗଡ଼ ଗ୍ରାମରେ ଥିବା ଉପ ସ୍ଵାସ୍ଥ୍ୟ କେନ୍ଦ୍ରର ମରାମତି ଓ ରକ୍ଷଣାବେକ୍ଷଣକାର୍ଯ୍ୟ ହୋଇଛି।15 CFC ଯୋଜନାରେ,2020-21 ଆର୍ଥିକ ବର୍ଷରେ, ଏକ ଲକ୍ଷ ବ୍ୟୟ ଅଟକଳ ରେ ଏହି କାର୍ଯ୍ୟ ନିମ୍ନମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏହି କେନ୍ଦ୍ରର ଛାତ ଉପରେ ମରାମତି ନାଁରେ ଜେନତେନ ପ୍ରକାରେ କାର୍ଯ୍ୟ ସମ୍ପାଦନ କରାଯାଇଛି।କୌଣସି ସୂଚନା ଫଳକ ତିଆରି କରା ନ ଯାଇ,ଉଦେଶ୍ୟ ମୂଳକ ଭାବେ ଭିତରେ ବାଡ଼ କାନ୍ଥରେ ସୂଚନା ଲେଖାଯାଇଛି।ନା କୁ ମାତ୍ର ଚୁନ କଲର ପୋତା ଯାଇ, ଛାତ ଉପରେ ଅଧ ଇଂଚର ଢଳେଇ କରାଯାଇ ଅର୍ଥ ହରିଲୁଟ କରାଯାଇଥିବା ଗ୍ରାମବାସୀ କହିଛନ୍ତି।ଏହି ଉପକେନ୍ଦ୍ରର ଆବର୍ଜନା ମୟ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ, ଏହି କେନ୍ଦ୍ରସଠିକ ଚାଲୁ ନ ଥିବା ସହଜେ ଜଣାପଡି ଯାଉଛି l