-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
29-Jun-2021
କଳାହାଣ୍ଡି, ଧର୍ମଗଡ଼ (ଜ୍ୟୋତିରଞ୍ଜନ ବେମାଲ) ରହସ୍ୟ ଘେରା ଗାଁ କାହିଁ କେତେ ବର୍ଷ ରୁ ନିଜ କିମ୍ବଦନ୍ତୀ ଅନୁସାରେ ନାମିତ ଗାଁ ହାତୀପଖାନ । ଆପଣ ମାନେ ଭଲ କରି ଏହି ଚିତ୍ର କୁ ଦେଖନ୍ତୁ ଦେଖିବାକୁ ପଥର ହେଲେ ଏକ ହାତୀ ସଦୃଶ୍ୟ ଦେଖା ଯାଉଛି ପଛ ପଟରେ ଲାଞ୍ଜ ଆଉ ଆଗ ପଟେ ମୁଣ୍ଡ ଠିକ ଶୋଇପଡିଛି ଏକ କାୟାଧାରି ହାତୀ ଟିଏ । ଏ ହେଉଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ କଦଲିମୁଣ୍ଡା ପଞ୍ଚାୟତ ଅଧିନସ୍ଥ ହାତୀପଖାନ ଗାଁ ତେବେ କିମ୍ବଦନ୍ତୀ ଅନୁଯାୟୀ ଗାଁ ର ନା ହାତୀପଖାନ ରଖା ଯାଇଥିବା ଗାଁ ଲୋକେ ପ୍ରକାଶ କରନ୍ତି,ଆଜ କୁ ପ୍ରାୟ ୨ ସହ ୩ସହ ବର୍ଷ ର କଥା ଗାଁ ଟି ସମ୍ପୂର୍ଣ୍ଣ ଜଙ୍ଗଲ ମୟ ଥିଲା । ଏକ ବିରାଟ ବଟ ବୃକ୍ଷ ନିକଟରେ ଏକ ହାତୀପଲ ରହି ଆସୁଥିଲେ କୌଣସି କାରଣ ବଶତଃ ସେହି ଗଛ ତଳେ ଏକ ହାତୀ ର ମୃତ୍ୟୁ ଘଟିଥିଲା ଦିନେ ଗାଁ ଗହ୍ୱନ୍ତିଆ ସେହିବାଟ ଦେଇ ଆସୁଥିବାବେଳେ ହାତୀ ମରି ଥିବା ଦେଖି ଗ୍ରାମ ଲୋକଙ୍କୁ ଡାକି ଥିଲେ ତେବେ ସେହି ସ୍ଥାନ ରେ ୨/୩-ଦିନ ଗଲାପରେ ଏକ ଛୋଟ ଆକାର ହାତୀ ସଦୃଶ୍ୟ ପଥର ଦେଖିବାକୁ ମିଳିଲା,
କ୍ରମଶଃ ଏହି ପଥର ଦିନ କୁ ଦିନ ବଢ଼ିବାରେ ଲାଗିଲା ସେହି ଦିନ ଠୁ ଗ୍ରାମଲୋକେ ସେହି ପଥର କୁ ପୂଜାର୍ଚ୍ଚନା କରିବାକୁ ଲାଗିଲେ ଏହି କଥା ରାଜା ଙ୍କ କାନ ରେ ପଡିବାରୁ ସେ ଦିନ ଦେଖିବାକୁ ଆସିଲେ ଓ ଗାଁ କୁ ହାତୀପଖାନ ନାମରେ ନାମିତ କରିଥିବା ଲୋକେ ପ୍ରକାଶ କରନ୍ତି ତେବେ ସେହି ପଥର ଏବେ କାୟା ବିସ୍ତାର ହୋଇ ବଡ ହାତୀ ସଦୃଶ୍ୟ ଦେଖା ଯାଉଛି ।