-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
27-Jun-2021
ସୋନପୁର(ମନୋରଞ୍ଜନ ତ୍ରିପାଠୀ) : ରାଜ୍ୟ ସମ୍ପାଦକ, ଏସୟୁସିଆଇ ର କେନ୍ଦ୍ରୀୟ କମିଟି ସଦସ୍ୟ ତଥା ରାଜ୍ୟ ର ବିଭିନ୍ନ ଜ଼ିଲ୍ଲା ରେ ଗଣ ଆନ୍ଦୋଳନ ରେ ନେତୃତ୍ୱ ନେଇ ଶ୍ରମିକ ଙ୍କ ନ୍ୟାୟ ପାଇଁ ଜୀବନସାରା ଲଢେଇ କରି ଆସିଥିବା ସେଇ ସଂଗ୍ରାମୀ ନେତା ଶ୍ରୀ ଧୂରଜଟି ଦାସ ଙ୍କ କଲିକତା ରେ ଗତ 24 ତାରିଖ ରେ ବିୟୋଗ ପରେ 25 ତାରିଖ ରେ ଭୁବନେଶ୍ୱର ସତ୍ୟନଗର ମଶାଣିରେ ତାଙ୍କ ଶବ କୁ ଅନ୍ତିମ ସଂସ୍କାର କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ଓ ବୌଦ୍ଧ ଜ଼ିଲ୍ଲା ର ଏସୟୁସିଆଇ ନେତା କମ୍ରେଡ ଗୋବିନ୍ଦ ମହାରଣା, ତରଣୀ କୁମାର ମେହେର, ନିତ୍ୟାନନ୍ଦ ମଲ୍ଲିକ, ହୃଷିକେଶ ମେହେର, ବିପ୍ର ଚରଣ ପ୍ରଧାନ ପ୍ରମୁଖ ବହୁ ନେତା
ଙ୍କ ସମେତ ରାଜ୍ୟ ର ସମସ୍ତ ଜ଼ିଲ୍ଲା ରୁ 500 ରୁ ଉର୍ଦ୍ଧ୍ୱ ନେତା ଯୋଗ ଦେଇ ସ୍ବର୍ଗୀୟ ନେତା ଶ୍ରୀ ଦାସ ଙ୍କ ମର ଶରୀର ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଅନ୍ତିମ ଦର୍ଶନ ସହ ଶେଷ ସମ୍ମାନ ଜଣାଇଥିଲେ l ସଂଗ୍ରାମୀ ନେତା ଶ୍ରୀ ଦାସ ଙ୍କୁ ହରାଇଥିବାରୁ ସୁବର୍ଣ୍ଣପୁର ଓ ବୌଦ୍ଧ ଅଞ୍ଚଳ ର ପ୍ରମୁଖ ନେତା ମାନେ ଗଭୀର ଶୋକ ପ୍ରକାଶ କରି ସ୍ବର୍ଗୀୟ ଦାସ ଙ୍କ ଅମର ଆତ୍ମା ର ଶାନ୍ତି ସଦଗତି କାମନା କରିଛନ୍ତି l